ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଗୋଟିଏ ଜୀବନ,ଅଳ୍ପକେ ବର୍ତ୍ତିଗଲେ ଜଣେ ଯୁବକ ।

0 48

କୋଦଳା,୦୬/୦୯(ପିପିଟି):ପବିତ୍ର ଜନ୍ମାଷ୍ଟମୀ ଧୁମଧାମ ରେ ପାଳିତ ହେଉଥିବା ବେଳେ ଅଚାନକ ଇନାମ ବେଲପଡା ଠାରେ ଏକ ଦୁଖଦଃ ଘଟଣା ଘଟିଯାଇଛି । ଅବହେଳିତ ବିଦ୍ୟୁତ ବିଭାଗର ଅପାରଗତା ଯୋଗୁଁ ଆଜି ଜଣେ ବୃଦ୍ଧଙ୍କ ମୂଲ୍ୟବାନ ଜୀବନ ଚାଲିଯାଇଥିବା ବେଳେ ଆଉ ଜଣେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ଜଣାପଡିଛି । ବୁଧବାର ସକାଳ ୧୦ ଘଣ୍ଟ ସମୟରେ କୋଦଳା ଏନ୍ଏସି ୱାର୍ଡ ନଂ ୮ ଇନାମ ବେଲପଡା ଗ୍ରାମର ସ୍ବର୍ଗତ ଭୀମ ରାଉତଙ୍କ ପୁତ୍ର ୮୬ ବର୍ଷୀୟ ବୃଦ୍ଧ କନ୍ଧ ରାଉତ ନିଜ ଘରୁ ବାହାରି ନିକଟସ୍ଥ ରାସ୍ତା କଡ଼ ରେ ଥିବା ସରକାରୀ ହୋଡିଂ ନିକଟକୁ ଯାଇ ପରିଶ୍ରା କରୁଥିବା ସମୟରେ ହଠାତ ଉକ୍ତ ଲୁହାର ହୋଡିଂ ର ସଂସ୍ପର୍ଶରେ ଆସି କେହି କିଛି ବୁଝିବା ପୂର୍ବରୁ ଟଳିପଡିଥିଲେ । ଉକ୍ତ ରାସ୍ତାଟି ମୁଖ୍ୟ ରାସ୍ତା ହୋଇଥିବାରୁ ସଙ୍ଗେ ସଙ୍ଗେ ଲୋକେ ଜମାହୋଇ କନ୍ଧ ରାଉତଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ, ସେଠାରେ ଉପସ୍ଥିତ ଥିବା କାଳୁ ପୋଲେଇ ବୃଦ୍ଧଙ୍କୁ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ,ସେ ମଧ୍ୟ କିଛି ଦୁରକୁ ଛିଟିକି ପଡ଼ିଥିଲେ କିନ୍ତୁ ନିଜ ଜୀବନ ବଞ୍ଚି ଯାଇଥିଲା ଏହା ଦେଖି ଲୋକମାନେ ଜାଣିବାକୁ ପାଇଥିଲେ ଯେ ହୋଡିଂ ଉପର ଦେଇ ଯାଇଥିବା ଟାଟା ପାୱାର ର 11 kv ବିଦ୍ୟୁତ ତାର ହୋଡିଂ ରେ ଲାଗି ବିଦ୍ୟୁତ ସଂଯୋଗ ହୋଇଯାଇଛି । ସଙ୍ଗେ ସଙ୍ଗେ ସେହିଗ୍ରାମର ଯୁବକ ଯଜ୍ଞ ପତି ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ନିକଟରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ର ସରବରାହ ବିଛିନ୍ନ କରିଥିଲେ ଓ କନ୍ଧ ରାଉତଙ୍କୁ ତତକ୍ଷଣାତ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ, ସେତେବେଳେକୁ ତାର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ପ୍ରକାଶ କରିବା ପରେ ପୋଲିସ ପହଞ୍ଚି ଶବ ବ୍ୟବଛେଦ ନିମନ୍ତେ ପଠାଇବା ସହ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି । କିଛି ସମୟ ପାଇଁ ଉକ୍ତ ସ୍ଥାନରେ ବିଦ୍ୟୁତ ବିଭାଗ କର୍ମକର୍ତ୍ତାଙ୍କ ମନମୁଖୀ କାର୍ଯ୍ୟ ଲାଗି ଏକ ମୂଲ୍ୟବାନ ଜୀବନ ଚାଲି ଯାଇଥିବା ରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଉକ୍ତ ପରିବାରକୁ ସରକାରୀ ସହାୟତା ସମେତ ବିଦ୍ୟୁତ ବିଭାଗ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି । ଖବର ପାଇ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଗଭୀର ଦୁଃଖ ପ୍ରକାଶ କରିବା ସହିତ,ସରକାରଙ୍କ ନିୟମ ଅନୁଯାଇ ପ୍ରାକୃତିକ ବିପର୍ଯୟ ପାଣ୍ଠିରୁ ସମସ୍ତ ଆର୍ଥିକ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.