ଭଞ୍ଜନଗର, ୨୦/୮. ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ବିଦ୍ୟୁତ ଆଘାତରେ ଜଣେ ନାବାଳିକାର ମୃତ୍ୟୁ ଘଟିଥିବା ଜଣାପଡିଛି।ପଡ଼ୋଶୀ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଡାକ ପଙ୍କା ଗ୍ରାମର ଦଣ୍ଡପାଣି ମଲିକଙ୍କ ଝିଅ କୁନିତା ମଲିକ (୧୫) ରବିବାର ସକାଳେ ଛାତରେ ବର୍ଷା ପାଣି ଜମି ରହିଥିବାରୁ ତାହାକୁ ସଫା କରୁଥିଲେ।ଏହି ସମୟରେ କୌଣସି କାରଣରୁ ଘର ଉପରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇ ପଡ଼ିଥିଲେ।ଏହା ଦେଖି ପରିବାର ଲୋକେ ତାଙ୍କୁ ତୁରନ୍ତ ଏକ ଅଟୋ ଯୋଗେ ଭଞ୍ଜନଗର ଡାକ୍ତରଖାନାରେ ଆଣି ଭର୍ତ୍ତି କରିଥିଲେ।ହେଲେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ରିପୋର୍ଟ-ଜେ କେ ପଟ୍ଟନାୟକ