ବିଦ୍ୟୁତ୍ ଆଘାତରେ ଫାଶୀଗୁଡ଼ା ଗ୍ରାମର ୧୦ ରୁ ଉର୍ଦ୍ଧ ନାବାଳକ ଗୁରୁତର,ମେଡ଼ିକାଲ ସ୍ଥାନାନ୍ତର ।

0 1,293

ଦିଗପହଣ୍ଡି , ୧୪/୦୬ (ପିପିଟି) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଫାଶୀଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିଦ୍ୟୁତ୍ ଆଘାତରେ ୧୦ ରୁ ଉର୍ଦ୍ଧ ନାବାଳକ ଗୁରୁତର ସୂଚନା ମିଳିଛି । ଗୁରୁତର ନାବାଳକ ମାନେ ହେଲେ ଶମ୍ଭୁ ବିଶ୍ଵାଳ , ଆକାଶ ଦାସ , ରୁଦ୍ର ପ୍ରଧାନ , ଗଣେଶ ପ୍ରଧାନ , ଚନ୍ଦନ ବିଶ୍ଵାଳ , ସ୍ଲିପା ଦାସ ହୋଇଥିବା ବେଳେ ଅନ୍ୟ ମାନଙ୍କ ମିଳିପାରିନାହିଁ । ତେବେ ଏମନଙ୍କ ଘର ଫାଶୀଗୁଡ଼ା ଗ୍ରାମ ବୋଲି ସୂଚନା ମିଳିଛି । ତେବେ ସୂଚନା ଅନୁସାରେ ଗ୍ରାମରେ ରାମାୟଣ ନାଟକ ପରିବେଷଣ ହେଉଥିଲା । ହେଲେ ବର୍ଷା ହେବା କାରଣରୁ ନାଟକ ଦେଖୁଥିବା ଛୋଟ ପିଲା ମାନେ ଷ୍ଟେଇଜ୍ ତଳକୁ ଚାଲି ଯାଇଥିଲେ । ହେଲେ ଏହି ସମୟରେ ତଳେ ଯାଇଥିବା ବିଦ୍ୟୁତ୍ ୱାଇରି ସଂସ୍ୱର୍ଷ ରେ ପିଲା ଆସିଯାଇଥିଲେ ଯାହାଫଳରେ ପିଲା ମାନଙ୍କୁ ବିଦ୍ୟୁତ୍ ଆଘାତ କରିଥିଲା । ତେବେ ଘଟଣା ରେ ପିଲା ମାନେ ଚିତ୍କାର କରିବା ସହ ଗୁରୁତର ହୋଇଥିଲେ । ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ପିଲା ମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ହେଲେ ସେଠାରେ ତାଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ରିପୋର୍ଟ – ଆରତ କୁମାର ହୋତା

Leave A Reply

Your email address will not be published.