ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି।

0 385

ବୋଲଗଡ଼, ୨୭/୦୯(ପିପିଟି):ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ପିଚୁକୁଳି ସ୍ଥିତ ଶ୍ରୀ ରଘୁନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଲୟର ମଧ୍ୟାହ୍ନ ଭୋଜନ ଜମା ହୋଇଥିବା କୋଠରୀର ତାଲା ଭାଙ୍ଗି ଚାଉଳ ଚୋରି କରି ନିଆ ଯାଇଥିବା ସମ୍ପର୍କ ରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ରେ ଥିବା ଶିକ୍ଷକ ଭାଗିରଥି ଗୁରୁ ଆଜି ପୂର୍ବାହ୍ନ ୭:୨୯ମିନିଟ୍ ସମୟ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପ୍ରମୋଦ କୁମାର ସ୍ୱାଇଁ ଙ୍କୁ ଫୋନ ମାଧ୍ୟମ ରେ ଅବଗତ କରିଥିଲେ । ସମ୍ପୃକ୍ତ ସାଧନ କେନ୍ଦ୍ର ସଂଯୋଜକ ଲୋକନାଥ ସାହୁ ଏ ବିଷୟରେ ଶ୍ରୀ ସ୍ୱାଇଁ ଙ୍କ ଠାରୁ ଅବଗତ ହୋଇ ବିଦ୍ୟାଲୟ ର ପରିଚାଳାନା ପରିଷଦ ଅଧ୍ୟକ୍ଷ ବବିନା ନାୟକ ଙ୍କୁ ଡକାଇବକୁ ପ୍ରଧାନ ଶିକ୍ଷୟିତ୍ର୍ରୀ ଙ୍କୁ କହିଥିଲେ। ଶ୍ରୀ ସ୍ୱାଇଁ ବିଦ୍ୟାଳୟ ରେ ୭:୪୬ମିନିଟ୍ ରେ ପହଂଚି ଦେଖିଲେ ଯେ,କୋଠରୀର ତାଲା ଖୋଲା ଅଛି ଓ କୋଠରୀ ବାହାରେ ବାରଣ୍ଡା ରେ କିଛି ଚାଉଳ ବିଛାଡି ହୋଇ ପଡିଛି। ଶ୍ରୀ ନାୟକ,ପଞ୍ଚଶିକ୍ଷା ଶିକ୍ଷା ସେତୁ ସଂଗଠନ ର ଅଧ୍ୟକ୍ଷ ଶ୍ୟାମକାନ୍ତ ପଟ୍ଟନାୟକ ,ପ୍ରଧାନ ଶିକ୍ଷୟିତ୍ର୍ରୀ ସ୍ନିଗ୍ଧା ମହାପାତ୍ର, ବରିଷ୍ଠ ଶିକ୍ଷକ ସୁଧୀର ସେଠୀ, ମାନସ କୁମାର ବେହେରା,ବିଚିତ୍ରା ନନ୍ଦ ରାୟଗୁରୁ ମହାପାତ୍ର,ମଧ୍ୟାହ୍ନ ଭୋଜନ ଦାୟିତ୍ୱ ରେ ଥିବା ଭାଗିରଥି ଗୁରୁ,ବୈକୁଣ୍ଠ ପାଣିଗ୍ରାହୀ ଓ ପାଚିକା ମାନଙ୍କ ଉପସ୍ଥିତି ରେ ଶ୍ରୀ ସ୍ୱାଇଁ କୋଠରୀ ଭିତରକୁ ପ୍ରବେଶ କରିଥିଲେ ।ଶ୍ରୀ ଗୁରୁ ଓ ପାଚିକମାନେ ଗତ ରାତି ରେ ୫ ବସ୍ତା ଚାଉଳ ଚୋରି ହୋଇଛି ବୋଲି ପ୍ରକାଶ କରିଥିଲେ।ରାତ୍ରି ଜଗୁଆଳି ବିରଞ୍ଚି ପାତାଳସିଂହ କୁ ତାଙ୍କର ଉପସ୍ଥିତି ସଂପର୍କ ରେ ଶ୍ରୀ ସ୍ୱାଇଁ ପଚାରିବା ରେ ବିଦ୍ୟାଳୟ ଭିତରକୁ ପ୍ରତିଦିନ ଏକ ପାଗଳ ବ୍ୟକ୍ତି ପାଚେରୀ ଡେଇଁ ଆସୁଥିବାରୁ ତା’ର ଆକ୍ରମଣ ଆଶଙ୍କା ରେ ସେ ଗତ ରାତି ରେ ଶିକ୍ଷକ ମାନଙ୍କ ପ୍ରକୋଷ୍ଠ ସମ୍ମୁଖ ବାରଣ୍ଡା ରେ ବସିଥିଲା ଏବଂ ଚାଉଳ ଚୋରି ହୋଇଥିବାର ଦେଖିନାହିଁ ବୋଲି ଜଣାଇଥିଲା।କିଛି ସମୟ ପରେ ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀ ପବିତ୍ର ମୋହନ ମାଝୀ ବିଦ୍ୟାଳୟ ରେ ପହଂଚିଥିଲେ ।ବିଦ୍ୟାଳୟ ରୁ ପୂର୍ବରୁ ସି.ସି.କ୍ୟାମେରା ଚୋରି, ଆଜବେସ୍ଟସ ,ଜଳପାଇପ ଓ ଟ୍ୟାବ ଆଦି ଭଙ୍ଗାରୁଜା ହେବା ସମ୍ପର୍କରେ ଶ୍ରୀମତୀ ମହାପାତ୍ର ଅବଗତ କରିଥିଲେ।ଶ୍ରୀ ସ୍ୱାଇଁ ଅଂଚଳବାସୀଙ୍କ ସହଯୋଗ ରେ ଏହାର ଏକ ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ କହିବାରେ ଶ୍ରୀ ମାଝୀ,ଗ୍ରାମ ସଭା ଡକାଇ ଏହି ସମ୍ପର୍କ ରେ ଆଲୋଚନା କରିବାକୁ ମତବ୍ୟକ୍ତ କରିଥିଲେ ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.