ବିଦେଶରେ ରଥଯାତ୍ରା,ଜଗନ୍ନାଥଙ୍କ ପ୍ରେମରେ ବିଶ୍ୱବ୍ରହ୍ମାଣ୍ଡ।

0 208

ଖୋର୍ଦ୍ଧା , ୦୯/୦୭ (ପିପିଟି): “ସେତ ଭକତ ଭାବରେ ବନ୍ଧାରେ ସେତ ଭକତ ଜୀବନ ଧନ”ତୁ ତାକୁ ଖୋଜିଲେ ସେ ତତେ ଖୋଜିବ ସିଏ ତୋ ହୃଦ ଚନ୍ଦନ ରେ…

ଓଡିଆ ଜାତିର ପରିଚୟ ଓ ଗର୍ବ ଗୌରବ ସବୁକିଛି ହେଉଛନ୍ତି କାଳିଆ ଠାକୁର। କାଳିଆପ୍ରେମରେ ସଭିଏଁ। ପିଲା ହୁଅନ୍ତୁ କିମ୍ବା ବୁଢ଼ା,ଦେଶବାସୀ ହୁଅନ୍ତୁ କିମ୍ବା ବିଦେଶୀ ଜଗନ୍ନାଥ ଙ୍କ ପାଇଁ ସଭିଙ୍କ ମନ ଆତୁର ହୋଇଥାଏ। ତେଣୁ ପୃଥିବୀ ରେ ଯେକୌଣସି ଯାଗାରେ ଥିଲେମଧ୍ୟ ଏହି ରଥଯାତ୍ରାରେ ନିଜକୁ ସାମିଲ କରିଥାନ୍ତି। ଶ୍ରୀକ୍ଷେତ୍ର ଧାମ ପୁରୀ ରେ ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ଅନୁଷ୍ଠିତ ହେଉଛି ବିଶ୍ଵ ପ୍ରସିଦ୍ଧ ପବିତ୍ର ରଥଯାତ୍ରା। ନିଜର ଭକ୍ତ ମାନଙ୍କୁ ଦର୍ଶନ ଦେବା ପାଇଁ ରତ୍ନ ସିଂହାସନ ରୁ ବଡଦାଣ୍ଡ କୁ ଓଲ୍ହାଇ ଆସନ୍ତି ଚତୁର୍ଦ୍ଧା ବିଗ୍ରହ। ସକାଳୁ ସକାଳୁ ନିତୀ କାନ୍ତି ପାଳନ ଅନୁସାରେ ହରିବୋଲ ଓ ହୁଳହୁଳି, କାହାଳୀ, ଘଣ୍ଟ ର ତାଳେ ତାଳେ ଶ୍ରୀ ଜୀଉ ମାନଙ୍କର ଧାଡିପହଣ୍ଡି କରି ରଥାରୂଢ ହୋଇ ଥାନ୍ତି। ଏହି ରଥଯାତ୍ରା ରେ ୯ଦିନ ପାଇଁ ଭାଇ ଭଉଣୀ ଙ୍କୁ ସାଙ୍ଗ ରେ ଧରି ରତ୍ନ ବେଦୀ ରୂ ଜନ୍ମ ବେଦୀକୁ ଯିବେ ଶ୍ରୀମନ୍ଦିର ର ସାଆନ୍ତେ।

ଏହି ପରିପ୍ରେକ୍ଷୀରେ ଆମ ରାଜ୍ୟରେ ଶ୍ରୀକ୍ଷେତ୍ର ଠାରୁ ଆରମ୍ଭ କରି ଗ୍ରାମଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ରଥଯାତ୍ରା ମହୋତ୍ସବ କୁ ମହାସମାରୋହରେ ପାଳନ କରାଯାଇଥାଏ।

ଆମ ଦେଶରେ ପ୍ରାୟ୧୮ଟି ରାଜ୍ୟ ରେ ରଥଯାତ୍ରା ପାଳନ କରାଯାଏ ଯଥା-ଗୁଜୁରାଟ,ୱେଷ୍ଟବେଙ୍ଗଲ,ଆନ୍ଧ୍ରପ୍ରଦେଶ,ତେଲେଙ୍ଗାନା,ଦିଲ୍ଲୀ,ଛତିସଗଡ଼,ଝାଡଖଣ୍ଡ,ମଧ୍ୟପ୍ରଦେଶ,ରାଜସ୍ତାନ,ମହାରାଷ୍ଟ୍ର,କର୍ଣାଟକ ଭଳି ଧୁମ୍ ଧାମ ରେ ପବିତ୍ର ରଥଯାତ୍ରା ମହୋତ୍ସବ କୁ ପାଳନ କରାଯାଇଥାଏ।

ସେହିପରି ଆମ ଦେଶର ବାହାରେ ମଧ୍ୟ ପାଳିତ ହୋଇଥାଏ କାଳିଆ ସାଆନ୍ତ ଙ୍କର ରଥଯାତ୍ରା। ଏପରିକି ସେହି ଦେଶ ମାନଙ୍କ ମଧ୍ୟରୁ ଅନେକ ବିକଶିତ ଦେଶଗୁଡ଼ିକରେ ଏହି ରଥଯାତ୍ରା ପାଳନ କରାଯାଇ ଥାଏ। ବିଶେଷକରି ୟୁରୋପର ଅନେକ ଦେଶ ଏବଂ ଆମେରିକା ଭଳି ଆଧୁନିକ ଦେଶମାନଙ୍କରେ ଲୋକ ମାନେ ପ୍ରତିବର୍ଷ ଏହିପରି ରଥଯାତ୍ରା ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥାନ୍ତି। ସେହି ଦେଶ ମାନଙ୍କ ମଧ୍ୟରୁ ପ୍ରମୂଖ ଦେଶଗୁଡିକ ହେଲା ଆମ ଭାରତ ଦେଶ ମିଶି ପ୍ରାୟ ୫୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି ରଥଯାତ୍ରା।ଗଣମାଧ୍ୟମ ଅନୁସାରେ ଆମେରିକା ର ନର୍ଥ କୋରାଲିନା, ୱାସିଂଟନ (ଷ୍ଟେଟ୍) ବୋଥେଲେ ଠାରେ, ଫ୍ରାନ୍ସ ର ପ୍ୟାରିସ, ୟୁରୋପ ମହାଦେଶର ଇଟାଲି, ଇଂଲଣ୍ଡ ର ଇସ୍କନ ଟ୍ରଷ୍ଟ ପକ୍ଷରୁ, ପଡୋଶୀ ରାଷ୍ଟ୍ର ନେପାଳ, ଶ୍ରୀଲଙ୍କା, ଇସଲାମ ଦେଶର ପାକିସ୍ଥାନ ର କରାଚି ଏବଂ ଦୁବାଇ,ଆୟର୍ଲାଣ୍ଡ ,ଚାଇନ୍, ଜାପାନ,ପୋଲାଣ୍ଡ, ମସ୍କୋ ରୁଷ,ସୁଇଜରଲ୍ୟାଣ୍ଡ ଭଳି ଦେଶ ମାନଙ୍କରେ ରେ ମଧ୍ୟ ରଥଯାତ୍ରା ଧୁମ୍ ଧାମ ରେ ଅନୁଷ୍ଠିତ ହୋଇଥାଏ।

ଆମର ଏହି ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ବିଦେଶରେ ଅନେକ ଗ୍ରହଣ କରିଛନ୍ତି। ଏପରିକି ସେହି ଦେଶ ଗୁଡିକ ରେ ଜଗନ୍ନାଥଙ୍କର ମନ୍ଦିର ପ୍ରତିଷ୍ଠା ହୋଇଛି। ସେଠିକାର ବାସିନ୍ଦା ମାନେ ମଧ୍ୟ ଆମ ଜଗନ୍ନାଥ ସଂସ୍କୃତି ପରମ୍ପରା ଗ୍ରହଣ କରି ରଥଯାତ୍ରା ଏବଂ ଅନ୍ୟ ପର୍ବପର୍ବାଣୀ ମଧ୍ୟ ପାଳନ କରିଥାନ୍ତି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.