ବିଡେକା କଲ୍ୟାଣ ମଣ୍ଡପ ଲୋକାର୍ପଣ କଲେ ବିଧାୟକ ।

0 277

ଭଞ୍ଜନଗର, ୨୫/୧୨(ପିପିଟି):ଭଞ୍ଜନଗର ଜଳସେଚନ ବିଭାଜନ କର୍ମଚାରୀ ସାଂସ୍କୃତିକ ପରିଷଦ ତରଫରୁ କେଏସୟୁବି କଲେଜ ସାମ୍ନାରେ ଥିବା ବେଲେଶ୍ୱର କଲ୍ୟାଣ ମଣ୍ଡପର ଉଦଘାଟନ ଉତ୍ସବରେ ଆଜି ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗ ଦେଇ ଏହାକୁ ଲୋକାର୍ପଣ କରିଛନ୍ତି।ଏଥିରେ ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,କନ୍ଧମାଳ ସାଂସଦ ପ୍ରତିନିଧି ସନ୍ତୋଷ ତିଆଡ଼ି,ବିଡେକା କାର୍ଯ୍ୟକାରୀ ସଭାପତି ସଞ୍ଜୟ କୁମାର ପ୍ରଧାନ ଉପସ୍ଥିତ ଥିଲେ।ପୂର୍ବରୁ ଏଠାରେ ବର୍ଷାଦିନେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ବେଳେ ଲୋକମାନେ ହଇରାଣ ହରକତ ହେଉଥିଲେ।ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଏକ ସ୍ଥାୟୀ ମଣ୍ଡପ ନିର୍ମାଣ କରାଯାଇଛି।ଯାହା ଫଳରେ ଲୋକମାନେ ବେଶ ଉପକୃତ ହୋଇପାରିବେ ବୋଲି ବିଧାୟକ ଶ୍ରୀ ନାୟକ କହିଛନ୍ତି।ଦିନକ ପାଇଁ ଭଡ଼ା ବାବଦରେ ମଣ୍ଡପର ମୂଲ୍ୟ ମାତ୍ର ୨୫ହଜାର ଟଙ୍କା ରହିଛି।ଏଥିରେ ପୁର୍ବତନ ଇଂ ସନ୍ତୋଷ କୁମାର ଗୌଡ଼, ରାକେଶ ପଟ୍ଟନାୟକ, ଅନ୍ତର୍ଯ୍ୟାମୀ ପଣ୍ଡା ଓ ବିଡେକାର ସଦସ୍ୟ ମାନେ ସହଯୋଗ କରିଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.