ବିଡ଼ିପୁର ଠାରେ ବଡ଼ ଧରଣର ଜୁଆ ଅଡ୍ଡା ଉପରେ ପୋଲିସର ଚଢ଼ାଉ ।

0 367

ଭଞ୍ଜନଗର, ୨୫/୦୭(ପିପିଟି) : ଗଞ୍ଜାମ ଜିଲ୍ଲାକୁ ଜୁଆ ଶୂନ୍ୟ କରିବା ଲକ୍ଷ୍ୟରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ଏସଡିପିଓ ଡ.ଦିପକ କୁମାର ମିଶ୍ରଙ୍କ ନେତୃତ୍ୱରେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ବିଡିପୁର ଗ୍ରାମରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଗତକାଲି ବିଳମ୍ବିତ ରାତିରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା।ଜରି ପାଲ ଟାଣି ସେଠାରେ ଜୁଆ ଖେଳ ଚାଲିଥିଲା।ଉକ୍ତ ଅଡ୍ଡାରୁ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା, ୨ଟି କାର, ୫ଟି ବାଇକ, ୧୭ଟି ମୋବାଇଲ ସହ ୧୯ ଜଣ ଜୁଆଡ଼ିକୁ ଗିରଫ କରାଯାଇଥିବା ଜଣାପଡ଼ିଛି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.