ବିଞ୍ଝାରପୁରରେ ନୂତନ ଅଭିଲେଖାଗାର ଗୃହ ଏବଂ କମ୍ପ୍ୟୁଟର ପ୍ରକୋଷ୍ଠ ଉଦଘାଟିତ ।

0 199

ଯାଜପୁର,୦୧/୦୧(ପିପିଟି): ବିଞ୍ଝାରପୁର ବ୍ଲକ୍ ମାଂସଡ଼ାଠାରେ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଏକ ନୂତନ ଅଭିଲେଖାଗାର ଗୃହ ଏବଂ କମ୍ପ୍ୟୁଟର ପ୍ରକୋଷ୍ଠକୁ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ଉଦଘାଟନ କରିଛନ୍ତି। ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ତଥା ଜିଲ୍ଲା ରେଜିଷ୍ଟ୍ରାର ଶିବାନନ୍ଦ ସ୍ୱାଇଁ,ଜିଲ୍ଲା ସବରେଜିଷ୍ଟ୍ରାର ହରପ୍ରିୟା ପୃଷ୍ଟି, ବିଂଝାରପୁର ଭାରପ୍ରାପ୍ତ ତହସିଲଦାର ରବିନାରାୟଣ ପାଢ଼ୀ ଏବଂ ମାଂସଡ଼ା ଉପନିବନ୍ଧକ ସୁବ୍ରତ କୁମାର ବାରିକ ଯୋଗ ଦେଇଥିଲେ। ଉଦଘାଟନ କରିବା ସହ ଜିଲ୍ଲାପାଳ ଶ୍ରୀ କର ବିଭାଗୀୟ ଅଧିକାରୀମାନଙ୍କ ସହ ନୂତନ ଅଭିଲେଖ ଗୃହ ଓ କମ୍ପ୍ୟୁଟର ପ୍ରକୋଷ୍ଠ ପରିଦର୍ଶନ କରିଥିଲେ। ମୋଟ ୬୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ନୂତନ ଗୃହ ନିର୍ମାଣ କାର୍ଯ୍ୟ ନଭେମ୍ବର ମାସରେ ଶେଷ ହୋଇଥିଲା। ଏଥିରେ ଆଧୁନିକ ରେକର୍ଡ ରୁମ୍ ସହ ସ୍ୱତନ୍ତ୍ର ଇ-ରେଜିଷ୍ଟ୍ରେସନ୍ କାଉଣ୍ଟର ରହିଛି। ନୂତନ ଅଭିଲେଖାଗାରରେ ଜନସାଧାରଣଙ୍କ ବହୁମୂଲ୍ୟ ଦସ୍ତାବିଜ, ଦଲିଲ୍ ଏବଂ ନଥିପତ୍ର ସୁରକ୍ଷିତ ଭାବେ ରହିପାରିବ। ଏହାସହ କମ୍ପ୍ୟୁଟର ପ୍ରକୋଷ୍ଠ ଓ ଇ-ରେଜିଷ୍ଟ୍ରେସନ୍ କାଉଣ୍ଟର ସୁବିଧା ଉପଲବ୍ଧ ହେବା ଯୋଗୁଁ ଲୋକେ ସହଜରେ ତଥା ଶୀଘ୍ର ସେବା ପାଇପାରିବେ ଏବଂ ନୂତନ ଗୃହ ନିର୍ମାଣ ହେବା ପରେ ସୁରୁଖୁରୁରେ ସେବା ମିଳିପାରିବ।

Leave A Reply

Your email address will not be published.