ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ବୃକ୍ଷ ରୋପଣ ଅନୁଷ୍ଟିତ ।

0 351

ଜି ଉଦୟଗିରି,୨୫/୦୯ :ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ସମ୍ପଦ କେନ୍ଦ୍ର ନିକଟରେ କରାଗଲା। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଭିନ୍ନ ଛାଇ ପ୍ରଦାନକାରୀ ବୃକ୍ଷ ଏବଂ ଫଳ ପ୍ରଦାନକାରୀ ବୃକ୍ଷ ରୋପଣ କରାଗଲା। ଏହି କାର୍ଯ୍ୟକ୍ରମରେ ପରିଷଦ ଅଧ୍ୟକ୍ଷା ଦେବସ୍ମିତା ଶତପଥୀ ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ୍, କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ, କାଉନସିଲର ସିଦ୍ଧେଶ୍ଵରୀ ନାୟକ,ନନ୍ଦିତା ପ୍ରଧାନ,ସମସ୍ତ ଅଫିସ୍ ଷ୍ଟାଫ୍,ସ୍ୱଚ୍ଛ ସାଥି,ସ୍ୱଚ୍ଛ କର୍ମୀ,ଟିଆରପି, ମିଶନ ଶକ୍ତି ଗ୍ରୁପ୍ ସଦସ୍ୟା, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ଏବଂ ବୃକ୍ଷରୋପଣ କରିଥିଲେ । ଆଗାମୀ ଦିନରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ଅଧ୍ୟକ୍ଷା ଦେବସ୍ମିତା ଶତପଥୀ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ ମତପ୍ରକାଶ କରିଛନ୍ତି।

Leave A Reply

Your email address will not be published.