ପୋଲସରା ,୨୮/୧୧(ପିପିଟି) ପୋଲସରା ଅଞ୍ଚଳର ଏକମାତ୍ର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପୋଲସରା ଠାରେ ୭୮ ତମ ଏନସିସି ଦିବସ ପାଳନ କରାଯାଇଥିଲା। ଅଧ୍ୟକ୍ଷ ଡ଼. ଦିଲ୍ଲୀପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ (ଏନସିସି)ର ସମସ୍ତ ଛାତ୍ରଛାତ୍ରୀମାନେ ଯୋଗଦେଇ ପରିବେଶ ସୁରକ୍ଷା ସକାଶେ ବୃକ୍ଷରୋପଣ ଏବଂ ବିଭିନ୍ନ ସଚେତନତାମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଅବସରରେ ଅଧ୍ୟକ୍ଷ ମହୋଦୟ ବିଶ୍ୱ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନତାମୂଳକ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ଜୀବନ ଧାରଣ କରି ଆଗେଇ ଚାଲିବାକୁ ଉପଦେଶ ଦେଇଥିଲେ। ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ,ଅଧ୍ୟାପିକା ଏଵଂ କର୍ମଚାରିମାନେ ଉପସ୍ଥିତ ଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା