ବେଗୁନିଆପଡା,୦୭/୦୯(ପିପିଟି): ରବିବାର କୋଦଳା ଡାକ ବଙ୍ଗଳା ପଡିଆ ଠାରେ କବିସୂର୍ଯ୍ୟନଗର ବିଜେପି ପକ୍ଷରୁ ଏକ ବିରାଟ ସମ୍ବର୍ଦ୍ଧନା ଉତ୍ସବ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କବିସୂର୍ଯ୍ୟନଗର ମାନ୍ୟବର ବିଧାୟକ ପ୍ରତାପ ଚନ୍ଦ୍ର ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ହୋଇଥିବା ବେଳେ ଏଥିରେ ଓଡିଶା ସରକାରଙ୍କ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର,ମନ୍ତ୍ରୀ ପରିବହନ,ବାଣିଜ୍ୟ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଏବଂ ଅଣୁ ଓ କ୍ଷ୍ୟୁଦ୍ରଶିଳ୍ପ,ମଛ୍ୟ ଓ ପଶୁପାଳନ ମନ୍ତ୍ରୀ ଗୋକୁଳା ନନ୍ଦ ମଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ତତ ସହିତ ଓଡିଶା ପ୍ରଦେଶ ବିଜେପି ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥୀ ଯୋଗଦେଇଥିବା ବେଳେ ଖଲ୍ଲିକୋଟ ବିଧାୟକ ପୁର୍ଣ ଚନ୍ଦ୍ର ସେଠୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଆସିକା ବିଧାୟକ ସରୋଜ କୁମାର ପାଢ଼ୀ,ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ,ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ,ସୋରଡ଼ା ବିଧାୟକ ନୀଳମଣି ବିଶୋଇ,ପ୍ରମୁଖ ମଞ୍ଚାସିନ ଥିଲେ । ଉପସ୍ଥିତ ଅତିଥି ପ୍ରଥମେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହିତ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବିଜେପି କର୍ମୀମାନଙ୍କ ଦ୍ୱାରା ଅତିଥି ମାନଙ୍କୁ ଏକ ବିରାଟ କାୟ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିବା ବେଳେ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା । ସ୍ଥାନୀୟ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ମଞ୍ଚରେ ସଭାପତିତ୍ୱ କରି ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହିତ କବିସୂର୍ଯ୍ୟ ମାଟିକୁ ସ୍ମରଣ କରିଥିବା ବେଳେ, କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀକୁ କବିସୂର୍ଯ୍ୟନଗର ମୁନିସିପାଲିଟି ପୁରସ୍କାର ଭାବେ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହିତ ଦୁଇ ମନ୍ତ୍ରୀଙ୍କୁ ମଧ୍ୟ ପ୍ରଶଂସା ସ୍ୱାଗତ ଜଣାଇଥିଲେ । ମଞ୍ଚାସିନ ଅତିଥି ଗଣ ୧୪ ମାସର ଲୋକଙ୍କ ସରକାରର ବିକାଶ ସମ୍ପର୍କେ ଉପସ୍ଥିତ କର୍ମୀ ଓ କର୍ମକର୍ତ୍ତା ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ସମସ୍ତ ଅତିଥିଙ୍କ ଉପସ୍ଥିତି ରେ ସମ୍ମାନନୀୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର କୋଦଳା ବିଜ୍ଞାପିତ ଅଞ୍ଚଳର ଆବଶ୍ୟକତାକୁ ଅନୁଭବ କରି ୮ କୋଟି ୭୧ ଲକ୍ଷ ବ୍ୟୟରେ କୋଦଳା ହଜ ଜଳାଶୟର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟ କରଣ କରିବା ନିମନ୍ତେ ଏବଂ ୭କୋଟି ୨ ଲକ୍ଷ ଟଙ୍କା ବ୍ୟୟରେ କୋଦଳା ଠାରେ ଏକ ଅତ୍ୟାଧୁନିକ ବଜାର ଗୃହ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପରେ ପରେ ଉପସ୍ଥିତ କର୍ମୀଙ୍କୁ ଗଞ୍ଜାମ ଜିଲ୍ଲାକୁ ଆମ ସରକାର ତଥା ମୋହନ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି, ଅଧିକ ରୁ ଅଧିକ ପୁରସ୍କୃତ କରିଛନ୍ତି ସରକାର । ଦୁଇଟି ଏନ୍ଏସି ସାଙ୍ଗକୁ ୫ ଟି ପୌରପରିଷଦ, ଗଞ୍ଜାମ ୧୩ ରୁ ୧୧ ପ୍ରତିନିଧି ଦେଇଥିବାରୁ ସରକାର ଆଜି ସୁଦୃଢ ହୋଇଛି । ମୁଖ୍ୟମନ୍ତ୍ରୀ ୧୪ ମାସରେ ୭ ଥର ଗଞ୍ଜାମ ଗସ୍ତରେ ଆସି ବିକାଶର ଧାରାକୁ ଆଗେଇ ନେବା ହେଉଛି ଗଞ୍ଜାମ ଜିଲ୍ଲାକୁ ଭଲପାଇବା,ଏହାହିଁ ଜ୍ୱଳନ୍ତ ଉଦାହରଣ,ବିକଶିତ ଗଞ୍ଜାମ ଜିଲ୍ଲା ହେବ ବିକଶିତ ଓଡିଶାର ମେରୁଦଣ୍ଡ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ଏହି ସମ୍ବର୍ଦ୍ଧନା ସଭା ମଧ୍ୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ବେଗୁନିଆପଡା ବ୍ଲକ ସାନ ଉସ୍ତାପଡ଼ା ସରପଞ୍ଚ ସନ୍ତୋଷ କୁମାର ସ୍ୱାଇଁ, ମଠ ସରସିଂହ ପଞ୍ଚାୟତ ସରପଞ୍ଚ,ବେରୁଆଁବାଡ଼ି ସରପଞ୍ଚ ପ୍ରତିମା ପାଢ଼ୀ, ସମିତି ସଭ୍ୟ ବ୍ରଜ ସୁନ୍ଦର ସାହୁ, ସୁମଣ୍ଡଳ ସରପଞ୍ଚ ଶିବ ଶଙ୍କର ବାରିକ, ଘୋଡାପଡା ସମିତି ସଭ୍ୟ ସୁଦର୍ଶନ ଶବର,ଚନ୍ଦନପୁର ସରପଞ୍ଚ ପ୍ରତିନିଧି ସୂର୍ଯ୍ୟ ନାରାୟଣ ବେହେରା,ବୁରୁଝରୀ ସମିତି ସଭ୍ୟ ସୁଚିତ୍ରା ମହାନ୍ତି, ବେଗୁନିଆପଡା ସମିତି ସଭ୍ୟ ପ୍ରତିନିଧି ସନ୍ତୋଷ ପାତ୍ର,ପ୍ରମୁଖ ବିଜେପି ସରକାର ଏବଂ ବିଧାୟକ ପ୍ରତାପ ନାୟକଙ୍କ ବିକାଶ ଉପରେ ଆସ୍ଥା ପ୍ରକଟ କରି ଲୋକଙ୍କ ସରକାର ରେ ସାମିଲ ହୋଇଥିବା ବେଳେ ସେମାନଙ୍କୁ ଦଳୀୟ ଉତ୍ତରୀୟ,ଟୋପି ଓ ପୁଷ୍ପଗୁଛ ଦେଇ ସ୍ୱାଗତ କରାଯାଇଥିଲା ପ୍ରକାଶ କରିଛନ୍ତି । ଶେଷରେ କୋଦଳା ବିଜ୍ଞାପିତ ଅଞ୍ଚଳ ପରିସଦ ଅଧ୍ୟକ୍ଷ୍ୟ ସୂର୍ଯ୍ୟ ନାରାୟଣ ନାୟକ ଧନ୍ୟବାଦ ଦେଇ ସଭାକାର୍ଯ୍ୟ ସମାପ୍ତ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ରମ୍ଭା,ଛତ୍ରପୁର, ପୁରୁଷୋତ୍ତମ ପୁର ଏନ୍ଏସି ଅଧ୍ୟକ୍ଷା ସମେତ କୋଦଳା ଏନ୍ଏସି ଉପଧ୍ୟକ୍ଷା ରଞ୍ଜିତା ସେଠୀ ମଞ୍ଚାସିନ ଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)