ବିଜେପି ମଣ୍ଡଳ ସ୍ତରୀୟ ସଦସ୍ୟତା ସଂଗ୍ରହ ଅଭିଯାନ କର୍ମଶାଳା ଅନୁଷ୍ଠିତ ।

0 277

ସୁବର୍ଣ୍ଣପୁର ୨୮/୦୮(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଏବଂ ଉଲୁଣ୍ଡା ଠାରେ ମଣ୍ଡଳ ସ୍ଥରୀୟ ସଦସ୍ୟତା ଅଭିଯାନ ର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ବୀରମହାରାଜପୁର ବ୍ଲକ ର ସୁବଳୟା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଉକ୍ତ କର୍ମଶାଳାରେ ସୁବଳୟା ମଣ୍ଡଳ ସଭାପତି ଶରତ ମିଶ୍ର ଅଧ୍ୟକ୍ଷତା କରିଥିବାବେଳେ କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଉଷା କୁମାରୀ,ସୋସିଆଲ ମିଡ଼ିଆ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରଶ୍ମିତା ଷଡ଼ଙ୍ଗୀ ସଦସ୍ୟତା ଅଭିଯାନ ଉପରେ ଦିଗଦର୍ଶନ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ମଣ୍ଡଳ ସାଧାରଣ ସମ୍ପାଦକ ଅଶୋକ ସାହୁ, ରାମ କର୍ଣ୍ଣ, ପରେଶ ମେହେର,ସୁରେନ୍ଦ୍ର ପୁରୋହିତ, ଲାଲାଜୀ ବେହେରା ପ୍ରମୁଖ ରହିଥିବା ବେଳେ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ l ସେହିଭଳି ଉଲୁଣ୍ଡା ବ୍ଲକ ଉଲୁଣ୍ଡା କଲ୍ୟାଣମଣ୍ଡପ ଠାରେ ମଣ୍ଡଳ ସ୍ଥରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଉଲୁଣ୍ଡା ମଣ୍ଡଳ ସଭାପତି ଆଦିତ୍ୟ ପୁରୋହିତମକା ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳା ରେ ଜିଲ୍ଲା ସାଧାରଣ ସମ୍ପାଦକ ବେଣୁଧର ଦାଶ, ମଣ୍ଡଳ ପ୍ରଭାରୀ ସତ୍ୟବ୍ରତ ମିଶ୍ର ଉପସ୍ଥିତ ରହି ସଦସ୍ୟତା ଅଭିଯାନ ଉପରେ ମାର୍ଗଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଉପସଭାପତି ଦିଲ୍ଲୀପ ପୁରୋହିତ, ବରିଷ୍ଠ ନେତା ବଳରାମ ସୁନା, କ୍ଷୀରସିନ୍ଧୁ ଭୋଇ, ପ୍ରମୋଦ କର୍ମୀ, ପ୍ରେମାନନ୍ଦ କର୍ଣ୍ଣ, ମୁକୁରୁ ବାଘ ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.