ବିଜେପି ପକ୍ଷରୁ ଚାନ୍ଦବାଲିରେ ତ୍ରିରଙ୍ଗା ଶୋଭାଯାତ୍ରା ।

0 194

ଚାନ୍ଦବାଲି,୧୨/୦୮:ଚାନ୍ଦବାଲି ଏନ୍ଏସି ରେ ବିଜେପି ପକ୍ଷରୁ ମଙ୍ଗଳବାର ଅପରାହ୍ନ ୪ଟାରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏନ୍ଏସି ସ୍ଥିତ ମା କାଳୀ ମନ୍ଦିର ନିକଟରୁ ବିଜେପି ନେତା ଓ କାର୍ଯ୍ୟକର୍ତ୍ତାମାନେ ଏକ ବିରାଟ ଶୋଭାଯାତ୍ରାରେ ହାଟପଟି ଛକ,ଫକୀରମୋହନ ଛକ,ମଧୁବାବୁ ଛକ,ପୁରୁଣା ବସଷ୍ଟାଣ୍ଡ ଛକ,ବଡ଼ବଜାର ଦେଇ ହାତରେ ତ୍ରିରଙ୍ଗା ପତାକା ଧରି ଭାରତ ମାତା ଜିନ୍ଦାବାଦ ନାରା ଦେଇ ନୁଆବସଷ୍ଟାଣ୍ଡ ନିକଟରେ ଶୋଭାଯାତ୍ରା ସମାପ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଣି, ଜିଲ୍ଲା ସମ୍ପାଦକ କମଳାକାନ୍ତ ସୂତାର, ଏନ୍ଏସି ସଭାପତି ବିକାଶ କୁମାର ବେହେରା,ନିର୍ବାଚନ ମଣ୍ଡଳୀ ତ୍ରିରଙ୍ଗା ଶୋଭାଯାତ୍ରା ସଂଯୋଜକ ସ୍ମୁତିରଞ୍ଜନ ନାୟକ,ରାଜ୍ୟ କୃଷକମୋର୍ଚ୍ଚା ସଂଯୋଜକ ଉପେନ୍ଦ୍ର କୁମାର ରାଉଳ, ଏନ୍ଏସି ସଂଗଠକ ଜଗନ୍ନାଥ ରାଉତ, ଯୁବ ନେତା ବିଜୟ କୁମାର ବେହେରା ନେତୃତ୍ୱ ନେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପାରିଷଦ ଶୀତ ମୋହାଳିକ, ଦେବାଶିଷ ନାୟକ, ଅନୁପ ଜେନା,ଦିଲ୍ଲୀପ ରାଉତ,ବିଷ୍ଣୁ ଦାସ, ମିନକେତନ ବିଶ୍ୱାଳ,ଜୁବୁଲା ମହାନ୍ତି, ସମ୍ବିତ ମହାନ୍ତି, ସୁକାନ୍ତ ପଟନାୟକ, ଭାନୁଶଙ୍କର ଦାସ,ମନରଞ୍ଜନ ଖୁଣ୍ଟିଆ, ଶୁଭେନ୍ଦୁ ମହାନ୍ତି,ଅଭିମନ୍ୟୁ ଖୁଣ୍ଟିଆ, ସାଗର ସାହୁ,ଦୟାନିଧି ଘଡ଼ାଇ, ବୁଲୁ ରାଉତ,ନାରୀନେତ୍ରୀ ସସ୍ମିତା ଦାସ, ଅଞ୍ଜନା ମହଲା, ପ୍ରେମିଲତା ବାରିକ, ମେନକା ଦାସ, ରଶ୍ମିତା ସାହୁ,ସମ୍ମିମା ପରବୀନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.