ବିଜେପିର ମିଶ୍ରଣ ପର୍ବରେ ସରକାରୀ କର୍ମଚାରୀ;କାର୍ଯ୍ୟାନୁଷ୍ଠାନ ଦାବି ।

0 875

ବ୍ରହ୍ମପୁର,୧୦/୦୯(ପିପିଟି): ଗଞ୍ଜାମ ଜିଲ୍ଲାର କୋଦଳା ଠାରେ ଗତ ରବିବାର ଦିନ ଭାରତୀୟ ଜନତା ପାର୍ଟିର ସମ୍ବର୍ଦ୍ଧନା ଉତ୍ସବ ଓ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ତିନିଜଣ ମନ୍ତ୍ରୀଙ୍କ ସମେତ ଗଞ୍ଜାମ ଜିଲ୍ଲାର ସାଂସଦ,ବିଧାୟକ ଓ ଦଳୀୟ ନେତୃତ୍ବ ଯୋଗଦେଇଥିଲା। ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ଯ ସମେତ କିଛି ବିଜେଡି କର୍ମୀ ବିଜେପିରେ ଯୋଗ ଦେଇଥିଲେ। ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀଙ୍କୁ ଦେଖିବାକୁ ମିଳିଥିଲା। କୋଦଳା ଏନ୍ଏସିର ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ,କୋଦଳା ଏନ୍ଏସି ଯନ୍ତ୍ରୀ ଦୀପିକା ବେହେରା,ଏନ୍ଏସିର ମୁଖ୍ଯ କିରାଣୀ ହିମାଂଶୁ ଚରଣ ସ୍ବାଇଁ, ବେଗୁନିଆପଡା ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ, ବେଗୁନିଆପଡା ବ୍ଲକର ଜିପିଟିଏ ଧର୍ମେନ୍ଦ୍ର ବାଡତ୍ଯା ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇ ସଭା କାର୍ଯ୍ଯର ପରିଚାଳନା ଓ ଦାୟିତ୍ବ ତୁଲାଇଥିବା ନେଇ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସରକାରୀ ଅଧିକାରୀ ଓ ଯନ୍ତ୍ରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟନୁଷ୍ଠାନ ପାଇଁ ସାମାଜିକ କର୍ମୀ ସମରଜିତ୍ ମହାନ୍ତି ଗଞ୍ଜାମ ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ,ମୁଖ୍ଯ ଶାସନ ସଚିବ, ପ୍ରମୁଖ ସଚିବ,ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଓ ପ୍ରମୁଖ ସଚିବ,ଗୃହ ଓ ନଗର ଉନ୍ନୟନ ବିଭାଗଙ୍କ ନିକଟକୁ ଲିଖିତ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.