ବିଜେପିର ନିର୍ବାଚନୀ ପ୍ରଚାରରେ କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର ।

0 70

ମାଲକାନଗିରି ,୦୨/୦୫(ପିପିଟି) : ଆଜି କେନ୍ଦ୍ର ମନ୍ତ୍ରୀ ଶାନ୍ତନୁ ଠାକୁର ଏକ ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ମାଲକାନଗିରି ଜିଲ୍ଳାର ଏମଭି -୬୪ ଗ୍ରାମ ଠାରେ ପହଞ୍ଚିଥିଲେ । ପରେ ପୋଟେରୁ ହରି ମନ୍ଦିର ପରିସରରେ ଠାକୁର ହରିଚାନ୍ଦ ଗୁରୁଚାନ୍ଦ ଓ ଶାନ୍ତି ମାତା ଠାକୁରଙ୍କ ଦର୍ଶନ କରି ସେଠାରେ ଆୟୋଜିତ ଭାରତୀୟ ଜନତା ପାର୍ଟିର ସଭାରେ ଯୋଗଦାନ କରିଥିଲେ । ହଜାର ହଜାର ସଂଖ୍ୟାରେ ଜନ ସାଧାରଣ ଓ ମହିଳା ମାନେ ତାଙ୍କ ଉପରେ ପୁଷ୍ପ ବର୍ଷା କରିବା ସହ ମହିଳା ମାନେ ହୁଳହୁଳି ମଧ୍ୟ ଦେଇଥିଲେ । ବିଶେଷ କରି ମାଲକାନଗିରି ନିର୍ବାଚନ ମଣ୍ଡଳୀ ରେ ଥିବା ଭୋଟର ମାନଙ୍କୁ ଭାରତୀୟ ଜନତା ପାର୍ଟି ମାଲକାନଗିରି ନିର୍ବାଚନ ମଣ୍ଡଳୀର ନରସିଂହ ମାଡ଼କାମି ଏବଂ ନବରଙ୍ଗପୁର ସାଂସଦୀୟ କ୍ଷେତ୍ରରେ ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ୨୫ ବର୍ଷ ଶାସନ କାଳରେ ବିଜେଡି ସରକାର କ’ଣ କରିଛି କହି ଅନେକ ସମାଲୋଚନା କରିଥିଲେ କେନ୍ଦ୍ର ମନ୍ତ୍ରୀ ଶାନ୍ତନୁ ଠାକୁର। ୨୧୪ ଟି ବଙ୍ଗାଳୀ ଗ୍ରାମ ରହିଛି । ହଜାର ହଜାର ଛାତ୍ରଛାତ୍ରୀ ନିଜ ମାତୃଭାଷା କୁ ଭୁଲି ଯିବାକୁ ବସିଲେଣି। ରେଭେନ୍ୟୁ ଗାଁ ର ମାନ୍ୟତା ପାଇନାହାନ୍ତି। ଶିକ୍ଷା, ସ୍ବାସ୍ଥ୍ୟ ସହିତ ଶିଳ୍ପ କ୍ଷେତ୍ରରେ ସବୁଠୁ ପଛରେ ରହିଛନ୍ତି ମାଲକାନଗିରି ଜିଲ୍ଲା । ଶିଳ୍ପ କ୍ଷେତ୍ର ଗଠନ କଲେ ଅନେକ ବେକାରୀ ସମସ୍ୟାର ସମାଧାନ ହୋଇପାରିବ। ଯେହେତୁ ବିଜେଡ଼ି ସରକାର ଅମଳରେ କିଛି ଶିଳ୍ପ ଅନୁଷ୍ଠାନ ହୋଇପାରି ନାହିଁ,ଯେଉଁଥି ପାଇଁ ପଡ଼ୋଶୀ ରାଜ୍ୟକୁ ଦାଦନ ଖଟିବାକୁ ଯାଆନ୍ତି ଏଠାକାର ଶିକ୍ଷିତ ବେକାରୀ ଯୁବକ ଯୁବତୀ । ଫଳ ସ୍ୱରୂପ ଏକ ଅନୁନ୍ନତ ଜିଲ୍ଲା ଭାବରେ ପଡ଼ି ରହିଛି ମାଲକାନଗିରି ଜିଲ୍ଲା। କିଛି ଏଭଳି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ମନ୍ତ୍ରୀ ଶ୍ରୀ ଠାକୁର । ମୋଦି ସରକାରଙ୍କ ବିକାଶର ଧାରା ଦେଶରେ ବଜାୟ ରହିଛି। ସବକା ସାଥ, ସବକା ବିକାଶ , ସବକା ପ୍ରୟାସ ର ନାରା ସହିତ ଏଥର ଓଡ଼ିଶାରେ ମଧ୍ୟ ଡବଲ ଇଞ୍ଜିନ ସରକାର ଗଠନ କରିବାପାଇଁ ମନ୍ତ୍ରୀ ଜନସାଧାରଣଙ୍କୁ ଭାରତୀୟ ଜନତା ପାର୍ଟି କୁ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଛନ୍ତି। ଭାରତୀୟ ଜନତା ପାର୍ଟିର ସରକାର ଆସିଲେ ଜିଲ୍ଲା ରେ ଶିକ୍ଷା, ସ୍ବାସ୍ଥ୍ୟ ସହିତ ଶିଳ୍ପ ଅନୁଷ୍ଠାନ ଗଠନ କରି ଶିକ୍ଷିତ ବେକାରୀ ଯୁବକ ଯୁବତୀ ନିଯୁକ୍ତ ହୋଇପାରିବ ବୋଲି କହିଛନ୍ତି । ପୋଟେରୁ ଠାରେ ସଭାକାର୍ଯ୍ୟ ସାରି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ର କୋରୁକୋଣ୍ଡ ବ୍ଳକର ଏମଭି – ୩୦ ନମ୍ୱର୍ ଗ୍ରାମ ଠାରେ ନିର୍ବାଚନୀ ସଭରେ ଯୋଗଦେଇଥିଲେ ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.