ବିଜେପିର ଘୋଷଣା; ମୋହନ ମାଝୀ ହେବେ ମୁଖ୍ୟମନ୍ତ୍ରୀ ।

0 45

ଭୁବନେଶ୍ବର:୧୧/୦୬: ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ଅପରାହ୍ନରେ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଢ଼ିଛି । ବିଜେପି କହିଛି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେବେ। ମୋହନ ମାଝୀ କେନ୍ଦୁଝରରୁ ବିଧାୟକ ହୋଇଛନ୍ତି। ରାଜ୍ୟରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ। ସେମାନେ ହେଲେ ପାଟଣାଗଡ଼ ବିଧାୟକ ‌କନକବର୍ଦ୍ଧନ ସିଂହଦେଓ ଓ ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା। ବିଜେପି ବିଧାୟକ ଦଳର ବୈଠକରେ ନିଷ୍ପତ୍ତି କ୍ରମେ ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା ହୋଇଛି ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଏହି ବୈଠକରେ ବିଜୟୀ ବିଧାୟକଙ୍କ ସହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ ଉପସ୍ଥିତ ଥିଲେ। ସେମାନେ ନିବନିର୍ବାଚିତ ବିଧାୟକ ଓ ସାଂସଦମାନଙ୍କ ସହିତ ଆଲୋଚନା କରିଥିଲେ । ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅଶ୍ୱିନୀ ବୈଷ୍ଣବ, ସାସଂଦ ସଙ୍ଗୀତା ସିଂଦେଓ, ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ରୁଦ୍ର ପାଣି, ପ୍ରଦୀପ ପାଣିଗ୍ରାହୀ, ବିଧାୟକ ସୁରେଶ ପୂଜାରୀ, କନକବର୍ଦ୍ଧନ ସିଂହଦେଓ, ଜୟନାରାୟଣ ମିଶ୍ର, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଓଡିଶାରେ ୧୪୭ ଆସନରୁ ବିଜେପି ୭୮ ଆସନରେ ବିଜୟୀ ହୋଇଛି ।

Leave A Reply

Your email address will not be published.