ବିଜେପିରେ ସାମିଲ ହେଲେ ବିଜେଡିର ଟାଣୁଆ ନେତା ଓ କର୍ମୀ ।

0 183

ମାଲକାନଗିରି, ୦୩/୧୦(ପିପିଟି):ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆଜି ବିଜେପି ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡା, ନବରଙ୍ଗ ପୁର ସାଂସଦ ବଳଭଦ୍ର ମାଝି,ବିଧାୟକ ନରସିଂହ ମାଡକାମୀ ଜିଲ୍ଲା ବିଜେପି ସଭାପତି ଅଶୋକ ପରିଡ଼ାଓ ପୂର୍ବତନ ବିଧାୟକ ଡମ୍ବରୁ ଶିଶା ପ୍ରମୁଖ ମାଞ୍ଚାସୀନ ଥିଲେ।ମାଲକାନଗିରି ଜିଲ୍ଲା କିଛି ବିଜେଡିର ଟାଣୁଆ ନେତାମାନେ ଆଜି ବିଜେଡି ତ୍ୟାଗ କରି ବିଜେପି ରେ ମିଶ୍ରଣ ହୋଇଛନ୍ତି। ବର୍ତ୍ତମାନ ବିଜେଡ଼ିର ସଂଗଠନ ଅତି ଦୁର୍ବଳ ଥିବାରୁ ଓଡ଼ିଶାରେ ମୁଖ୍ୟ ମନ୍ତ୍ରୀଙ୍କ ଆଦର୍ଶ ତଥା ଜନ ହିତକର କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପି ଆଡ଼କୁ ବିଜେଡି ଟାଣୁଆ କର୍ମୀମାନେ ଆକର୍ଷତ ହୋଇ ଥିବା ପ୍ରକାଶ କରିଥିଲେ। ଏମାନେ ହେଲେ ମାଲକାନଗିରି ବ୍ଲକ ପୂର୍ବତନ ସଭାପତି ବିଭାଂଶୁ ରଞ୍ଜନ ସାମଲ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅକ୍ଷୟ ନାୟକ, ବ୍ଲକ ଉପସଭାପତି ବିଦେଶୀ ପ୍ରହରାଜ, ବୀର ଲକ୍ଷ୍ମଣପୁର ସରପଞ୍ଚ ନୀଳକଣ୍ଠ ଝୋଲା ପ୍ରମୁଖ ସାମିଲ ହୋଇଛନ୍ତି। ଏହା ସହିତ ସେମାନଙ୍କ ସାଥୀରେ ଅନ୍ୟାନ୍ୟ ବିଜେଡ଼ି କର୍ମୀ ମାନେ ମଧ୍ୟ ସାମିଲ ରହିଛନ୍ତି।ପୂର୍ବରୁ ମଧ୍ୟ ଜିଲ୍ଲାରୁ ବହୁ ପୁରୁଖା ବିଜେଡି ତ୍ୟାଗ କରି ବିଜେପିରେ ମିଶ୍ରଣ ହୋଇଥିଲେ । ଆଗାମୀ ଦିନରେ ବହୁ ବିଜେଡି ଓ କଂଗ୍ରେସ ଦଳରୁ ନେତା ଓ କର୍ମୀମାନେ ସାମିଲ୍ ହେବାର ସୂଚନା ରହିଛି।
ମାଲକାନଗିରି ଜିଲ୍ଲାରେ ବିଜିପି ସଂଗଠନ ଧୀରେ ଧୀରେ ସୁଦୃଢ ହେଉଥିବା ଜଣାପଡିଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.