କୋଦଳା,୦୭/୦୪(ପିପିଟି): ଗୁରୁବାର କୋଦଳା ପୂର୍ତ୍ତବିଭାଗ ଡାକବଙ୍ଗଳା ପରିସରରେ କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନଙ୍କ ଉପସ୍ଥିତିରେ କୋଦଳା ଏନ୍ଏସି ୧୧ ନମ୍ବର ୱାର୍ଡରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରି ବିଜୟ ଲାଭ କରିଥିବା ଭଗବାନ ପାଢ଼ୀ(ମିଟୁ) ବିଧିବଦ୍ଧ ଭାବେ ବିଜେଡି ରେ ଯୋଗଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛଶାସନ ଓ ବିକାଶ ତଥା ବିଧାୟିକାଙ୍କ କାର୍ଯ୍ୟ ଦକ୍ଷତା ରେ ଅନୁପ୍ରାଣୀତ ହୋଇ ସେ ବିଜେଡି ଯୋଗଦେଲି ବୋଲି ଭଗବାନ ପ୍ରକାଶ କରିଥିଲେ ।ଭଗବାନ ପାଢୀଙ୍କୁ ପୁଷ୍ପଗୁଛ ଓ ଦଳୀୟ ଉତ୍ତରୀୟ ପ୍ରଦାନ କରି ବିଧାୟିକା ଦଳକୁ ସ୍ୱାଗତ କରିଥିଲେ । ଆଜି ବିଧାୟିକାଙ୍କ ଜନ୍ମଦିନ ହୋଇଥିବାରୁ ସମସ୍ତ ନବ ନିର୍ବାଚିତ କାଉନସିଲର ସମେତ ଦଳୀୟ କର୍ମକର୍ତ୍ତା ସେଠାରେ ପହଞ୍ଚି ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହିତ ଦୀର୍ଘ ଜୀବନ ଓ ଉତ୍ତରତ୍ତର କାମନା କରିଥିଲେ । ଏହି ଅବସର ରେ କେକ କାଟି ଜନ୍ମଦିନ ପାଳନ କରିଥିଲେ ।