ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ମାଲକାନଗିରି ଗସ୍ତ ।

0 284

ମାଲକାନଗିରି,୨୫/୦୭(ପିପିଟି) :ଆଜି ମାଲକାନଗିରି ସଦରମହକୁମା ରେ ଥିବା ଗଣ ଦୁଷ୍କର୍ମର ଶିକାର ହୋଇ ଥିବା ପୀଡିତାକୁ ବିଜୁ ଜନତା ଦଳର ରାଜ୍ୟ ସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ସାକ୍ଷାତ କରଛନ୍ତି । ଏହା ସହିତ ହସ୍ପିଟାଲରେ ପୀଡିତାଙ୍କୁ ଭେଟି ଆଲୋଚନା କରିଛନ୍ତି ସମସ୍ତ ଘଟଣାବଳୀକୁ ଅନୁଧ୍ୟାନ କରିଛନ୍ତି।
ମାଲକାନଗିରି ଜିଲ୍ଲାରେ ଗତ ରବିବାର ଦିନ ଜଣେ ନାବାଳିକାଙ୍କ ସହତ ୪ ଜଣ ଯୁବକ ଗଣଦୁଷ୍କର୍ମ କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ମାଲକାନଗିରି ଗସ୍ତ କରି ସମସ୍ତ ଘଟଣାବଳୀକୁ ଅନୁଧ୍ୟାନ ପରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ କହିଛନ୍ତି ଯେ ମାଲକାନଗିରି ଜିଲ୍ଲାରେ ଗୋଟିଏ ନାବାଳିକାକୁ ପ୍ରଥମେ ୩ ଜଣ ଯୁବକ ଅପହରଣ କରି ଗଣ ଦୁଷ୍କର୍ମ କଲା ପରେ ପୁନଶ୍ଚ ସେଠାରୁ ଖସି ଆସିଲା ପରେ ଅନ୍ୟ ଏକ ଯୁବକ ଅପହରଣ କରି ଦୁଷ୍କର୍ମ କରିଛି, ଯାହା କି ଏହା ଭାରତ ବର୍ଷରେ ବିରଳ ଘଟଣା। ଏଣୁ ନାରୀମାନଙ୍କୁ ନ୍ୟାୟ ଦେବା ପାଇଁ ବିଜୁ ଜନତା ଦଳ ତରଫରୁ ଡ଼ିଆଇଜିଙ୍କ ଅଫିସ ଘେରାଉ କରିବା ପାଇଁ ପ୍ରଦୀପ ମାଝୀ ଗଣମାଧ୍ୟମକୁ ଜଣାଇଛନ୍ତି। ମାଲକାନଗିରି ସ୍ବାଧାର ଗୃହରେ ଜଣେ ଯୁବତୀଙ୍କୁ
ନିର୍ଯାତନା ଦିଆ ଯିବାରୁ ସେ ଫାଶୀ ହୋଇ ମରି ଯାଇଥିଲେ ମଧ୍ୟ ଘଟଣାକୁ ଚପାଇ ଦିଆଯାଇଛି। ସେହିପରି ଏମଭି -୭୨
ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଠ ପଢୁଥିବା ୨ ଟି ସପ୍ତମ ଶ୍ରେଣୀର ଝିଅ ଜ୍ୟୋତି ହାଲଦାର ଓ ମନ୍ଦିରା ସୋଡ଼ିଙ୍କୁ
ଗତ ୮.୨.୨୦୨୫ରେ ଅତ୍ୟାଚାର କରି ବୃକ୍ଷ ଶାଖାରେ ଝୁଲାଇ ଦିଆଯାଥିଲା ବେଳେ ସେହି ରହସ୍ୟଜନକ ହତ୍ୟାର ପରଦା ଫାଶ ହୋଇ ନଥିବା ଶ୍ରୀ ମାଝୀ ପ୍ରକାଶ କରିଥିଲେ। ତେବେ ରାଜ୍ୟ ରେ ମହିଳାମାନଙ୍କୁ ଯେଉଁ ପର୍ଯ୍ୟନ୍ତ ନ୍ଯାୟ ନ ମିଳିଛି ବିଜେଡି ତୀବ୍ର ଆନ୍ଦୋଳନ କରିବ ବୋଲି ସେ ଗଣମାଧ୍ୟମରେ
ସୂଚନା ଦେଇଛନ୍ତି। ଆଜି ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ , ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲ, ମାଲକାନଗିରି ପୌର ଅଧ୍ୟକ୍ଷ ମନୋଜ ବାରିକ, ଉପଧ୍ୟକ୍ଷା କବିତା ମହନ୍ତଙ୍କ ସହ ଦଳର ବରିଷ୍ଠ ନେତୃ ମଣ୍ଡଳୀ, ବିଜେଡି ଦଳର ନିର୍ବାଚିତ ଲୋକ ପ୍ରତିନିଧି ପ୍ରମୁଖ ପୀଡିତା ଓ ତାଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେଇଥିଲେ । ଏହା ସହ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଓ ଚିକିତ୍ସା ବ୍ୟବସ୍ଥା ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ମଧ୍ୟ ପଚାରି ବୁଝିବା ସହ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ପରାମର୍ଶ ଦେଇଥିଲେ । ପୀଡିତାଙ୍କ ଚିକିତ୍ସା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ତତ୍ପର ଥିବା ସହ ଉତ୍ତମ ସେବା ଯୋଗାଉ ଥିବା ଜିଲ୍ଲା ମୁଖ୍ୟସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବ୍ରଜବନ୍ଧୁ ଦାଶ ପ୍ରକାଶ କରିଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲ୍)

Leave A Reply

Your email address will not be published.