ବିଜେଡି ନେତା ବୀରେନ୍ଦ୍ର ସ୍ବାଇଁଙ୍କ ମୃତ୍ୟୁ ପରେ ଅଙ୍ଗ ଦାନ।

0 252

ରଘୁନାଥପୁର,୧୬/୦୭(ପିପିଟି) : ଜଗତସିଂହପୁର ଜିଲ୍ଲା ରେଢୁଆ କୃଷି ସେବା ସମବାୟ ସମିତିର ପୂର୍ବତନ ପରିଚାଳନା ପରିଷଦର ନିର୍ଦ୍ଦେଶକ ତଥା ପଞ୍ଚାୟତ ବିଜେଡି ସଭାପତି ୫୮ ଵର୍ଷିୟ ବୀରେନ୍ଦ୍ର ସ୍ବାଇଁଙ୍କ ମସ୍ତିଷ୍କ ମୃତ୍ୟୁ ପରେ ଅଙ୍ଗ ଦାନ ଓ ଆଜି ନିଜ ଗ୍ରାମ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ । ଏହି ସମୟରେ ଏଠାରେ ସ୍ଥାନୀୟ ବିଧାୟକ ଡ. ରମାକାନ୍ତ ଭୋଇଙ୍କ ସହ ହଜାରରୁ ଉର୍ଦ୍ଧ୍ଵ ଅଞ୍ଚଳବାସୀ ଉପସ୍ଥିତ ଥିଲେ । ବୀରେନ୍ଦ୍ର ସ୍ବାଇଁ ଅମର ରହେ ,ଭାରତ ମାତା କି ଜୟ ଧ୍ୱନିରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ମସ୍ତିଷ୍କ ମୃତ ଘୋଷଣା କରାଯିବା ପରେ ତାଙ୍କର ପରିବାର ଅଙ୍ଗ ଦାନ ପାଇଁ ସହମତି ପ୍ରକାଶ କରିଥିଲେ। ଗତ କାଲି ବିଳମ୍ବିତ ରାତିରେ ପ୍ରତିରୋପଣ ପାଇଁ ଡାକ୍ତରୀ ଟିମ୍‌ର ପ୍ରସ୍ତୁତି ଆରମ୍ଭ ହୋଇଥିଲା । ବୀରେନ୍ଦ୍ରଙ୍କ ଶରୀରରୁ ଦୁଇଟି ଯାକ କିଡନି ନିଆଯାଇ ପ୍ରତିରୋପଣ କରାଯିବା ନିମନ୍ତେ ଗୋଟିଏ କିଡନି ଏସ୍‌ସିବି ରେ ଜଣେ ରୋଗୀଙ୍କ ଶରୀରରେ ଓ ଅନ୍ୟ ଏକ କିଡନି ଭୁବନେଶ୍ବର ଏମ୍‌ସ ରେ ଜଣଙ୍କ ଠାରେ ପ୍ରତିରୋପଣ କରାଯିବା ନିମନ୍ତେ ସ୍ଥିର କରାଯାଇଥିଲା। ୟୁରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ସମୀର ରଞ୍ଜନ ସ୍ବାଇଁ ଓ ତାଙ୍କ ଟିମ କିଡନି ପ୍ରତିରୋପଣ କରିଥିବାବେଳେ ନେଫ୍ରୋଲୋଜି ବିଭାଗମୁଖ୍ୟ ଡାକ୍ତର ଅରୁଣା ଆଚାର୍ଯ୍ୟ ଏହି ବ୍ୟବସ୍ଥାକୁ ତଦାରଖ କରିଥିଲେ । ଏସସିବି କୁଳସଚିବ ଡକ୍ଟର ଅବିନାଶ ରାଉତ ଏହି ପ୍ରତିରୋପଣ ବ୍ୟବସ୍ଥାର ସହଯୋଗ କରିଥିଲେ ।

ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି।

Leave A Reply

Your email address will not be published.