ଯାଜପୁର,୦୧/୦୩(ପିପିଟି): ଧର୍ମଶାଳା ନିର୍ବାଚନମଣ୍ଡଳୀ କୁମାରିସ୍ଥିତ ବିଜେପି କାର୍ଯ୍ୟାଳୟ ସଭା ଗୃହରେ ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଆଜି ଧର୍ମଶାଳା ନିର୍ବାଚନ ମଣ୍ଡଳୀ ୫୪ ଗୋଟି ପଞ୍ଚାୟତର ଶହ ଶହ ସଂଖ୍ୟାରେ ବିଜେଡି କର୍ମୀ ଦଳ ଛାଡି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ପ୍ରଧାନମ୍ମନ୍ତ୍ରୀ ନର୍ସନ୍ଦ୍ର ମୋଦି,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପ୍ରତି ଆସ୍ଥା ପ୍ରକଟ କରି ବିଜେଡି କର୍ମୀମାନେ ବିଜେପିରେ ସାମିଲ ହୋଇଥିଲେ। ବିଜେପି ନେତା ତପନ କୁମାର ମାହୁନ୍ତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଜିଲ୍ଲା ବିଜେପି ସଭାପତି ଦେବଯାନୀ ପ୍ରଧାନ, ପୂର୍ବତନ ସାଂସଦ ରିତା ତରେଇ, ରସୁଲପୁର ବ୍ଲକ ଅଧ୍ୟକ୍ଷ ଅରୁଣ କୁମାର ରାଉତ, ବରିଷ୍ଠ ବିଜେପି ନେତା ପ୍ରିୟନାଥ ମହାପାତ୍ର । ଅତିଥି ଭାବେ ଯୋଗଦେଇ ବିଜେଡି ଛାଡି ବିଜେପି ଦଳରେ ସାମିଲ ହୋଇଥିବା କର୍ମୀମାଙ୍କୁ ଦଳୀୟ ଓ ଟୋପି ପିନ୍ଧାଇ ସ୍ଵାଗତ କରିଥିଲେ। ପାଟପୁର ଗ୍ରାମପଞ୍ଚାୟତ ସମିତି ସଭ୍ୟ ଗୌରାଙ୍ଗ ଚରଣ ପାଣିଗ୍ରାହୀ, ଥାନୁଆଳ ଗ୍ରାମପଞ୍ଚାୟତ ସୋସିଆଲ ମିଡ଼ିଆ କର୍ମୀ ସଞ୍ଜୟ ପାଳ, ପାଖର ଗ୍ରାମପଞ୍ଚାୟତ ସୋସିଆଲ ମିଡ଼ିଆ କର୍ମୀ ସଞ୍ଜୟ ନାୟକ,ଚୋର ମୁହାଁ ଗ୍ରାମପଞ୍ଚାୟତ ଯୁବ ସଭାପତି ଦେବେନ୍ଦ୍ର ମଲ୍ଲିକ।