ବିଜେଡି ଛାଡ଼ି ବିଜେପିରେ ମିଶିଲେ କର୍ମୀ ।

0 23

ଯାଜପୁର,୧୮/୦୩(ପିପିଟି):ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ରସୁଲପୁର ବ୍ଲକର ୯ଟି ପଞ୍ଚାୟତରୁ ବିଜୁ ଜନତା ଦଳର ସକ୍ରିୟ ସଦସ୍ୟମାନେ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପସ୍ଥିତିରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଉତ୍କୃଷ୍ଟ ନୀତି ଓ ଆଦର୍ଶରେ ପ୍ରେରିତ ହୋଇ,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁଶାସନ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଦୃଢ଼ ନେତୃତ୍ୱରେ ଆସ୍ଥା ପ୍ରକାଶ କରି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିଲେ।

ଏହି ଅବସରରେ ବିଧାୟକ ହିମାଂଶୁ ସମସ୍ତ ନୂତନ ସଦସ୍ୟମାନଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ସ୍ବାଗତ ଜଣାଇବା ସହିତ ଦଳକୁ ସଶକ୍ତ କରିବାରେ ସେମାନଙ୍କ ସକ୍ରିୟ ଭୂମିକା ନିଭାଇବେ ବୋଲି ଆଶା ବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ବିଜେପି ସଭାପତି ଦେବଯାନୀ ପ୍ରଧାନଙ୍କ ସହ ପୂର୍ବତନ ସାଂସଦ, ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଦସ୍ୟମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.