ବିଜେଡି ଉପଦେଷ୍ଟାଙ୍କ ନିଳମ୍ବିନ ଆଦେଶ ପ୍ରତ୍ୟାହୃତ ।

0 194

ମାଲକାନଗିରି,୨୧/୦୪(ପିପିଟି) : ମାଲକାନଗିରି ଜିଲ୍ଲା ବିଜେଡ଼ି ଉପଦେଷ୍ଟା କେଶବ ଚନ୍ଦ୍ର ନାୟକଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହୃତ କରାଯାଇଛି। ମାଲକାନଗିରି ଜିଲ୍ଲା ବିଜେଡ଼ି ସଭାପତି ମାନସ ମାଡକାମୀ ଶ୍ରୀ ନାୟକଙ୍କ ନିଳମ୍ବନ ଆଦେଶକୁ ଉଠାଇ ଦେଇଛନ୍ତି। ପୂର୍ବତନ ଜିଲ୍ଲା ବିଜେଡି ସଭାପତି ପୂର୍ଣ୍ଣ ଚନ୍ଦ୍ର ବାକା ଏବଂ ଜିଲ୍ଲା ବିଜେଡ଼ି ଉପଦେଷ୍ଟା କେଶବ ଚନ୍ଦ୍ର ନାୟକଙ୍କ ମଧ୍ୟ ଭୁଲ ବୁଝାମଣା‌ ଯୋଗୁଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା । ଶ୍ରୀ ନାୟକ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ଦୀର୍ଘ ଦିନ ହେଲା ବିଜେଡିର ଜଣେ ସକ୍ରୀୟ କର୍ମୀ ଥିଲେ । ସେ ଜଣେ ବରିଷ୍ଠ ସାମ୍ବାଦିକ, ସୁବକ୍ତା ,ସୁସାହିତ୍ଯିକ ଓ ସମାଜସେବୀ ଅଟନ୍ତି। ଏଣୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ମାଲକାନଗିରି ଜିଲ୍ଲା ବିଜେଡ଼ି ଉପଦେଷ୍ଟା ଭାବେ ନିଯୁକ୍ତି ପ୍ରଦାନ କରିଥିଲେ। କିନ୍ତୁ ପୂର୍ବତନ ବିଜେଡି ସଭାପତି ପୂର୍ଣ୍ଣ ଚନ୍ଦ୍ର ବାକାଙ୍କ ସହ ମତ ପାର୍ଥକ୍ୟ ଯୋଗୁଁ ଦଳରୁ ତରବରିଆ ଭାବେ ନିଳମ୍ବିତ କରାଯାଇଥିଲା।ବର୍ତ୍ତମାନ ବିଜେଡି ଜିଲ୍ଲା ସଭାପତି ଶ୍ରୀ ମାନସ ମାଡକାମୀ ପୁନର୍ବିଚାର କରି ଏହି ନିଳମ୍ବନ ଆଦେଶକୁ ଆଜି ପ୍ରତ୍ୟାହାର କରିଛନ୍ତି । ଶ୍ରୀ ନାୟକ ପୂର୍ବ ପରି ବିଜୁ ଜନତା ଦଳରେ ସାମିଲ ହୋଇ ପୂର୍ବ ପରି ସେ ନିଜର ଦାୟିତ୍ୱ ସୁଚାରୁ ରୁପେ ନିର୍ବାହ କରିବେ ବୋଲି ବିଜେଡି ସଭାପତି ଶ୍ରୀ ମାଡକାମୀ ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି।

ରିପୋର୍ଟ- ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ

Leave A Reply

Your email address will not be published.