କୋଦଳା,୧୩/୦୯(ପିପିଟି):ବିଜେଡି ଦଳ ପ୍ରତି ଦୁର୍ବଳତା,ନବୀନ ବାବୁଙ୍କ ଓଡିଶା ପ୍ରତି ବିକାଶ ଓ ସେବା ମନୋବୃତ୍ତି ସ୍ଥାନୀୟ ବିଧାୟିକା ଲତିକା ପ୍ରଧାନଙ୍କ କାର୍ଯ୍ୟଦକ୍ଷତା ଓ ଜନସାଧାରଣଙ୍କ ଆକଣ୍ଠ ଭଲପାଇବା ଦେଖି ତଥା ବିଜେପି ଦଳର ଗଞ୍ଜାମ ଜିଲ୍ଲା ସମେତ ନିଜ ନିର୍ବାଚନ ମଣ୍ଡଳୀରେ ବିଶୃଙ୍ଖତ ଆଚରଣରେ ଅତିଷ୍ଠ ହୋଇ ମୁଁ ମୋର ଶତାଧିକ ସମର୍ଥକଙ୍କ ସହ କୌଣସି ବାଧ୍ୟ୍ୟବାଧକତା ନଥାଇ ବିଜେଡି ଦଳରେ ଯୋଗ ଦେଉଛି ବୋଲି ପ୍ରକାଶ କରିଛନ୍ତି ୨୦୧୯ ସାଧାରଣ ନିର୍ବାଚନ ରେ ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇଥିବା ଓ ବର୍ତ୍ତମାନର କାର୍ଯ୍ୟକରୀ ସଦସ୍ୟ ରଞ୍ଜନ ପୋଲାଇ। କବିସୂର୍ଯ୍ୟନଗର ବିଧାୟିକା ସାଥିରେ ହିଁ ଯାଇ ରଞ୍ଜନ ପୋଲେଇ ଶଙ୍ଖ ଭବନରେ ଯୋଗ ଦେଇଥିଲେ!ବର୍ତ୍ତମାନ ଓଡିଶାରେ ଜଣେ ମାତ୍ର ନେତା ସମସ୍ତଙ୍କ ପ୍ରିୟ ନବୀନ ବାବୁ ହିଁ ଓଡିଶାର ବିକାଶ କରିପାରିବେ ବୋଲି କହିଥିଲେ ।ସେ କବିସୂର୍ଯ୍ୟନଗର ପାଇଁ ଜଣେ ସୁ ସଂଗଠକ, ହୋଇଥିବାରୁ ପୋଲାଇଙ୍କ ଯୋଗଦାନରେ ବିଜେଡି ଆହୁରି ଶକ୍ତିଶାଳୀ ହେବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଥିବା ବେଳେ ଦଳ ଭିତରେ ରହି ବିଜେପିକୁ ପରୋକ୍ଷରେ ସମର୍ଥନ କରି ନିଜ ଦଳର ଚେର କାଟୁଥିବା କିଛି କୁଚକ୍ରୀ ଗୋଷ୍ଠୀଙ୍କୁ ଶକ୍ତ ଚାପୁଡ଼ା ସଦୃଶ୍ୟ ହୋଇଛି ” । କେବଳ ରଞ୍ଜନ ପୋଲେଇ ନୁହଁନ୍ତି କୋଦଳା ଏନ୍ଏସି ର କିଛି ବିଜେପି କର୍ମକର୍ତ୍ତା ଓ କାଉନସିଲର ମଧ୍ୟ ବିଧାୟିକା ଲତିକା ପ୍ରଧାନଙ୍କ କାର୍ଯ୍ୟଦକ୍ଷତା, ବିଧାୟିକା ପାଣ୍ଠି ବିନିଯୋଗ, ଯେ କୌଣସି ଲୋକର ଯେ କୌଣସି ଅସୁବିଧାରେ ପହଞ୍ଚି ଆର୍ଥିକ ଓ ପ୍ରଶାସନିକ ସହଯୋଗର ହାତ ବଢ଼ାଇବାରେ ସନ୍ତୋଷ ପ୍ରକାଶ କରି ବିଜେଡିରେ ଯୋଗଦେଇଥିବା ଜଣାପଡ଼ିଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)