ବିଜେଡିରୁ ଦୁଇ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡା ବହିଷ୍କୃତ।

0 430

ଭୁବନେଶ୍ଵର,୨୧/୯: ଜନ ବିରୋଧୀ କାର୍ଯ୍ୟ ପାଇଁ ୨ ବିଧାୟକଙ୍କୁ ବହିଷ୍କାର କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ବହିଷ୍କୃତ କରାଯାଇଛି।

ସୂଚନାନୁଯାୟୀ, ସୌମ୍ୟ ରଞ୍ଜନଙ୍କ ବିରୋଧରେ ଇଓଡବ୍ଲ୍ୟୁରେ ମାମଲା ରୁଜୁ ହୋଇଛି। ସମ୍ବାଦର ପୂର୍ବତନ କର୍ମଚାରୀ ଇଓଡବ୍ଲ୍ୟୁରେ ଅଭିଯୋଗ କରିଛନ୍ତି। ତାଙ୍କ ବିରୋଧରେ ୫୦୬, ୪୬୭, ୪୬୮, ୪୭୧, ୪୨୦, ୧୨୦ (ଖ)ରେ ମାମଲା ରୁଜୁ ହୋଇଛି। ଆହୁରି ଅନେକ କର୍ମଚାରୀ ତାଙ୍କ ନାମରେ ଅଭିଯୋଗ କରିଛନ୍ତି। ତାଙ୍କ ବିରୋଧରେ ବ୍ୟାଙ୍କ ସ୍କାମର ମଧ୍ୟ ଅଭିଯୋଗ ରହିଛି।

ସେହିପରି କୃଷି ଯନ୍ତ୍ରପାତି କିଣାରେ ବ୍ୟାପକ ହେରଫର, ଦୁର୍ନୀତି ପାଇଁ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କୁ ବହିଷ୍କାର କରାଯାଇଛି।ରେମୁଣା ବିଧାୟକ ରାଜନୀତିରେ ପାଦ ଥାପିବା ପୂର୍ବରୁ ବାଲେଶ୍ୱରର ଏମ/ଏସ ନିଗମାନନ୍ଦ ଆସୋସିଏଟ୍ ପାର୍ଟନର ଥିଲେ। ୨୦୧୭-୧୮ରୁ ୨୦୧୯-୨୦ ଭିତରେ କୃଷକଙ୍କୁ ଯନ୍ତ୍ରପାତି ବିକି ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଦୁର୍ନୀତି ଅଭିଯୋଗ ଆସିଥିଲା। ଏ ନେଇ ଲୋକାୟୁକ୍ତରେ ମାମଲା ବିଚାରାଧୀନ ଥିଲା।

Leave A Reply

Your email address will not be published.