ଯାଜପୁର,୨୩/୧୧(ପିପିଟି):ଧର୍ମଶାଳା ବ୍ଲକ୍ ଜେନାପୁର ପଞ୍ଚାୟତ ବିଜେଡି ସଭାପତି ଦିଲୀପ କୁମାର ବରାଳଙ୍କ ହୃଦଘାତରେ ଦେହାନ୍ତ ହୋଇ ଯାଇଛି । ଏହି ଖବର ଶୁଣି ପୂର୍ବତନ ବିଧାୟକ ପ୍ରଣବ କୁମାର ବଲବନ୍ତ ରାୟ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରି ପୁଷ୍ପମାଲ୍ୟ ଅର୍ପଣ କରିବା ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଛନ୍ତି । ପ୍ରଣବ କହୁଛନ୍ତି ଦିଲୀପ ଭାଇ ଦେହାନ୍ତ ଆମ ଦଳ ପାଇଁ ଏକ ଅପୁରଣୀୟ କ୍ଷତି ସେ ଜଣେ ଆମ ଦଳ ର ଦୃଢ ସଂଗଠକ ଥିଲେ ।