ବିଜେଡ଼ି ଛାଡ଼ିଲେ ବ୍ଲକ ଅଧ୍ୟକ୍ଷ ଓ ୩ ସମିତିସଭ୍ୟ ।

0 183

ଭଞ୍ଜନଗର, ୨୬/୧୨(ପିପିଟି) : ଗତ ସାଧାରଣ ନିର୍ବାଚନରେ ପରାଜିତ ହେବା ପରେ ଦିନକୁ ଦିନ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଶକ୍ତି ହ୍ରାସ ପାଇବାରେ ଲାଗିଛି।ଆଜି ରାଜ୍ୟରେ ବିଜେଡ଼ିର ୨୮ତମ ପ୍ରତିଷ୍ଠା ଦିବସ ପାଳନ ହେଉଥିବା ବେଳେ ଭଞ୍ଜନଗର ଠାରେ ବିଜୁଜନତା ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକଙ୍କ ସମେତ କୁଲାଡ଼, ବାରୁଡ଼ା ଓ ବଡ଼ କୋଦଣ୍ଡା ପଞ୍ଚାୟତର ତିନିଜଣ ସମିତି ସଭ୍ୟ।ଆଜି ବନ ବିଭାଗ ଡାକ ବଙ୍ଗଳା ଠାରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।ଏଥିରେ ବିଜେପିର ବହୁ ନେତୃବୃନ୍ଦ ଓ କର୍ମୀମାନେ ଉପସ୍ଥିତ ଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.