ବିଜେଡ଼ି ଉପସଭାପତି ପଦରୁ ଇସ୍ତଫା ଦେଲେ ରାଜକୁମାର ।

0 244

ଭଞ୍ଜନଗର, ୧୦/୦୬(ପିପିଟି) : ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଦୀର୍ଘ ୨୪ବର୍ଷ ଧରି ଓଡ଼ିଶାରେ ବିଜେଡ଼ି ନିଜର ଆଧିପତ୍ୟ ବିସ୍ତାର କରି ଲୋକପ୍ରିୟତା ଅର୍ଜନ କରିଥିବା ବେଳେ ଚଳିତ ସାଧାରଣ ନିର୍ବାଚନରେ ଦଳ ବହୁ ସ୍ଥାନରେ ଶୋଚନୀୟ ପରାଜୟ ବରଣ କରିଛି।ସେହିପରି ବିଜେଡ଼ିର ଗଡ଼ ଥିବା ଗଞ୍ଜାମ ଜିଲ୍ଲାରେ ମଧ୍ୟ ବିଜେଡିର ବହୁ ପ୍ରାର୍ଥି ପରାଜୟ ବରଣ କରିଛନ୍ତି। କେବଳ ହିଞ୍ଜିଳି ନିର୍ବାଚନ ମଣ୍ଡଳୀକୁ ବାଦ୍ ଦେଲେ ଅନ୍ୟ ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥି ବିଫଳ ହୋଇଛନ୍ତି। ଏହାକୁ ନେଇ ବିଜେଡିର ଜିଲ୍ଲା ଉପସଭାପତି ପଦରୁ ନିଜର ଇସ୍ତଫା ପ୍ରଦାନ କରିଛନ୍ତି ବିଶିଷ୍ଟ ସଙ୍ଗଠକ ରାଜକୁମାର ସାହୁ।ଚଳିତ ନିର୍ବାଚନରେ ବିଜେଡି ଗଞ୍ଜାମ ଜିଲ୍ଲାରେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ସେ ଅସନ୍ତୋଷ ପ୍ରକାଶ କରି ନୈତିକତା ଦୃଷ୍ଟିରୁ ନିଜ ପଦରୁ ଇସ୍ତଫା ଦେଇଥିବା ଶ୍ରୀ ସାହୁ କହିଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ଇ-ମେଲ୍ ଯୋଗେ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ପଠାଇଥିବା ପ୍ରକାଶ କରିଛନ୍ତି।

(ରିପୋର୍ଟ- ଜେ କେ ପଟ୍ଟନାୟକ )

Leave A Reply

Your email address will not be published.