ବିଜୁ ବାବୁଙ୍କ ପ୍ରତି ଅପମାନ ସୂଚକ ମନ୍ତବ୍ୟ ଅତ୍ୟନ୍ତ ଦୁଃଖ ଦାୟକ, ନିନ୍ଦନୀୟ ଓ ଦୁର୍ଭାଗ୍ୟ ଜନକ-ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ।

0 245

ଯାଜପୁର,୩୧/୦୩(ପିପିଟି):କଳିଙ୍ଗର ବରପୁତ୍ର, ଖାରବେଳଙ୍କ ସୁଯୋଗ୍ୟ ଦାୟାଦ, ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ଅଦ୍ଵିତୀୟ ପ୍ରବାଦ ପୁରୁଷ, ବିଜୁ ବାବୁଙ୍କ ପ୍ରତି ଝାଡଖଣ୍ଡର ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ଅସମ୍ମାନ ଏବଂ ଅସୂୟା ସୂଚକ ମନ୍ତବ୍ୟକୁ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ଯକ୍ଷ ଡଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଘୋର ନିନ୍ଦା କରିବା ସହିତ ଏହା ଅତ୍ୟନ୍ତ ଦୁଃଖ ଦାୟକ,ନିନ୍ଦନୀୟ ଏବଂ ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି । ଓଡିଆ ଅସ୍ମିତା ପାଇଁ ସଦା ସମର୍ପିତ ବିଜୁ ବାବୁଙ୍କ ପ୍ରତି ହୋଇଥିବା ଅପମାନ ଓଡିଶା ବାସୀଙ୍କ ମନରେ ଗଭୀର ଆଘାତ ଦେଇଛି ।

ବିଜୁ ବାବୁ ଭାରତର ସ୍ଵାଧୀନତା ସଂଗ୍ରାମରୁ ଆରମ୍ଭ କରି ଋଷ ଏବଂ ଇଣ୍ଡୋନେସିଆର ସଂଗ୍ରାମରେ ସହଯୋଗ କରି ଦେଶ ବିଦେଶରେ ଅନେକ ଯଶ, କୀର୍ତ୍ତି ଏବଂ ସମ୍ମାନ ଲାଭକରିଥିଲେ । କାଶ୍ମିରକୁ ପାକିସ୍ତାନ ସେନା କବଳରୁ ରକ୍ଷା କରିବା, ୧୯୬୨ ମସିହାର ଭାରତ-ଚୀନ ଯୁଦ୍ଧ ଏବଂ ୧୯୬୫ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସବୁ ସମୟରେ ସେ ଦେଶର ସୁରକ୍ଷା ପାଇଁ ଆଗେଇ ଆସିଥିଲେ । ବିଜ୍ଞାନକୁ ଲୋକପ୍ରିୟ କରିବା ପାଇଁ ବିଶ୍ବ ପ୍ରସିଦ୍ଧ ୟୁନେସ୍କୋ କଳିଙ୍ଗ ପୁରସ୍କାରର ପ୍ରତିଷ୍ଠାତା ବିଜୁବାବୁ କେବଳ ଓଡିଶା ନୁହେଁ ସମଗ୍ର ଦେଶରେ ଜଣେ ଅନନ୍ୟ ଜନ ନାୟକ ଥିଲେ ।

ବିଜୁ ବାବୁଙ୍କ ଭଳି ଜଣେ ଦେଶପ୍ରେମୀ ମହାନାୟକଙ୍କ ସ୍ୱର୍ଣ୍ଣିମ ଇତିହାସ ବିଷୟରେ ନଜାଣି ନଶୁଣି ନିନ୍ଦନୀୟ ଏବଂ ଅପାମନ ସୂଚକ ମନ୍ତବ୍ୟ ଦେଇଥିବା ଶ୍ରୀ ଦୁବେ ଓଡିଶାବାସୀ ତଥା ଦେଶବାସୀଙ୍କ ନିକଟରେ ନିଃସର୍ତ କ୍ଷମା ପ୍ରାର୍ଥନା କରିବା ସହିତ ବିଜୁ ବାବୁଙ୍କ ପ୍ରତି ଯଥେଷ୍ଟ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଏକ ପ୍ରେସ ବିବୃତିରେ ଡଃ.ଘଡାଇ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.