ନୀଳଗିରି,୧୦/୦୬: ରାତିରେ ବିଛଣାରେ ଶୋଇଥିବା ଜଣେ ଯୁବକଙ୍କୁ ବିଷଧର ସାପ ଚୋଟ ମାରିବାରୁ ତାଙ୍କର ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ତେଲିପାଳ ପଞ୍ଚାୟତରେ । ଅନ୍ତାଡ଼ାହି ଗାଁର ସୁକୁଲ ହାଁସଦାଙ୍କ ପୁଅ ବିଜୟ (୩୯) ରାତିରେ ଖାଇପିଇ ଘରେ ବିଛଣା କରି ଶୋଇଥିଲେ । ରବିବାର ବିଳମ୍ବିତ ରାତିରେ ସାପ ଚୋଟ ମାରିବା ଅନୁଭବ କରି ସେ ହଠାତ ଉଠି ପଡ଼ିଥିଲେ । ସାପକୁ ଦେଖି ପରିବାର ଲୋକଙ୍କୁ ଡାକ ପକାଇଥିଲେ । ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ଏହି ଯୁବକଙ୍କ ମୃତ୍ୟୁ ଘଟିଛି । ଏନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।