ବିକଶିତ କୃଷି ସଂକଳ୍ପ ଅଭିଯାନ ନେଇ ଢୁଙ୍କାପଡାରେ ସଚେତନତା କାର୍ଯ୍ୟକ୍ରମ ।

0 248

ପୋଲସରା,୦୩/୦୬(ପିପିଟି) : ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡା ପଞ୍ଚାୟତର କଲ୍ଯାଣ ମଣ୍ଡପ ଠାରେ ପୋଲସରା ବ୍ଳକ କୃଷି କାର୍ଯ୍ୟାଳୟ ତରଫରୁ ବିକଶିତ କୃଷି ସଂକଳ୍ପ ଅଭିଯାନକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ସଚେତନତା କାର୍ଯ୍ୟକ୍ରମ ସାରା ରାଜ୍ୟରେ ୨୯ ମଇ ଠାରୁ ଆରମ୍ଭ ହୋଇ ୧୨ ଜୁନ ପର୍ଯ୍ୟନ୍ତ ହେବାର ବ୍ଯବସ୍ଥା ରହିଥିବା ବେଳେ ଭାରତର ଦୈନିକ ୭୦୦ ଜିଲ୍ଲାରେ ୨୦୦୦ କୃଷି ବୈଜ୍ଞାନିକ ଉପସ୍ଥିତ ରହି ୧.୫ କୋଟି କୃଷକ ଙ୍କ ସହିତ ସିଧା ଆଲୋଚନା କରୁଥିବା ବେଳେ ମଙ୍ଗଳବାର ଦିନ ଢୁଙ୍କାପଡା ପଞ୍ଚାୟତର କଲ୍ଯାଣ ମଣ୍ଡପ ଠାରେ ପୋଲସରା ଗୋଷ୍ଠୀ କୃଷି ଅଧିକାରୀ ଗଣେଶ୍ୱର ସାହୁଙ୍କ ତତ୍ତ୍ଵାବଧାନରେ ଏକ କୃଷି ଓ ଗୃହପାଳିତ ପଶୁ ସମ୍ପଦ ବିଷୟ ବସ୍ତୁ କୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ଭୁବନେଶ୍ବରରୁ କେନ୍ଦ୍ର କୃଷି ବୈଜ୍ଞାନିକ ଡଃ ଏସ୍ କେ ମିଶ୍ର, ଡଃ ଏସ୍ ସୌରଭ, ଡଃ ଆଶିଷ ମୈଇତି ଏବଂ କେ ବି କେ ଜିଲ୍ଲା କୃଷି କେନ୍ଦ୍ରରୁ ଡ଼ଃ ସନ୍ଦିପ ମହାନ୍ତି, ଡଃ ସିଦ୍ଧାର୍ଥ ରଣବିଜୁଳି ଯୋଗଦାନ ପୂର୍ବକ ବିକଶିତ କୃଷି ବିଷୟରେ ଆଲୋଚନା କରିଥିଲେ।ଜମିରେ ଧାନ ଫସଲ କେଉଁ ପ୍ରଣାଳୀ ଓ କିଭଳି ଭାବେ କରାଯିବା ସହିତ ଧାନ ପରେ କେଉଁ ଫସଲ ଓ କିଭଳି ପଦ୍ଧତିରେ କରାଯିବ ତା ସହିତ ରାସାୟନିକ ସାର ଠାରୁ ଦୁରେଇ ଜୈବିକ ସାର ପ୍ରତି ଅଧିକ ନିକଟତର ହୋଇ ଜମିରେ ପ୍ରୟୋଗ କରିବା ପାଇଁ ଅବଗତ କରାଇଥିଲେ । ଚାଷି ଙ୍କୁ ମକା ଚାଷ କରିବା ପାଇଁ ଆଗ୍ରହ ସୃଷ୍ଟି କରି ଭୁବନେଶ୍ଵର କୃଷି କେନ୍ଦ୍ର ଠାରେ ଆଲୋଚନା ରେ ଅଂଶ ଗ୍ରହଣ କରିବା ପାଇଁ କହିବା ସହିତ ମତ୍ସ୍ୟ ଉତ୍ପାଦନ ଖେତ୍ରରେ ଚାଷୀଙ୍କ ପାଇଁ ଆସୁଥିବା ସରକାରଙ୍କ ଯୋଜନା ବିଷୟରେ ଅବଗତ କରାଇବା ସହିତ ମାଛ ଚାଷ କରିବା ପାଇଁ ଉତ୍ସାହିତ କରିଥିଲେ। ଏହାସହିତ ଗାଇ, ମଇଁଷି, ଛେଳି ବିଭିନ୍ନ ଗୃହ ପାଳିତ ପଶୁ ମାନଙ୍କ କୃର୍ମି ପରୀକ୍ଷଣ,ଟିକା କରଣ, ପ୍ରଜ୍ଜ୍ୱଳନ ସଠିକ ସମୟରେ କରିବା ପାଇଁ ପ୍ରକାଶ କରିବା ସହ ଗୃହ ପାଳିତ ପଶୁ ଙ୍କ ଅଭିବୃଦ୍ଧି ସହିତ ସେମାନଙ୍କୁ ନିରୋଗ ରଖି ଯତ୍ନବାନ ହେବା ପାଇଁ ଆସିଥିବା ବୈଜ୍ଞାନିକ ମାନେ ନୂତନ ପ୍ରଯୁକ୍ତି ବିଦ୍ୟା ଓ ସରକାର ଙ୍କ ଯୋଜନା ସମ୍ବନ୍ଧୀୟ ସୂଚନା ପ୍ରଦାନ କରି ଚାଷୀଙ୍କର ମତାମତ ଓ ସୃଜନଶୀଳତା ଦସ୍ତା ବିକରଣ ଉପରେ ଆଲୋକପାତ କରିଥିଲେ । ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ କୁଳମଣି ବାରିକ, ବିଜେପି ମଣ୍ଡଳ ସଭାପତି ମହେଶ୍ୱର ପରିଡ଼ା,ନାଏବ ସରପଞ୍ଚ କୃଷ୍ଣ ଚନ୍ଦ୍ର ମହାରଣା, ଏସ୍ ଏଲ ଓ ନିରଞ୍ଜନ ପାତ୍ର,ଢୁଙ୍କାପଡା ଭି ଏ ଏସ୍ ଡଃ ଦେବଦତ୍ତ ଲେଙ୍କା ଉପସ୍ଥିତ ରହି କୃଷି ଓ ପଶୁପାଳନ ବିଷୟରେ ଚାଷୀଙ୍କୁ ଅବଗତ କରାଇ ଥିଲେ। ସହକାରୀ କୃଷି ଅଧିକାରୀ ରାଜଲକ୍ଷ୍ମୀ ପାଢ଼ୀ ଓ ସୁମନ ଶେଖର ସ୍ବାମୀ,ବି ଟି ଏମ୍ ଆଶିଷ ରଞ୍ଜନ ଜେନା, ଗ୍ରାମ୍ୟ କୃଷି କର୍ମଚାରୀ ପ୍ରଶାନ୍ତ କୁମାର ସାହୁ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିବା ବେଳେ ଢୁଙ୍କାପଡା ସରପଞ୍ଚ ସିମାଞ୍ଚଳ ସେଠୀ ଧନ୍ୟବାଦ ଅପର୍ଣ କରିଥିଲେ।ଢୁଙ୍କାପଡା,ସୋଡକ,କଣଛାଇ ଓ କେନ୍ଦୁବାଡି ପଞ୍ଚାୟତର ବହୁ କୃଷକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପରିଶେଷରେ ଅଞ୍ଚଳରେ ବିକଶିତ କୃଷି ସଂକଳ୍ପ ଅଭିଯାନର ପ୍ରଚାର ପ୍ରସାର ପାଇଁ ସଚେତନତା କୃଷିରଥର ଶୁଭାରମ୍ଭ ହୋଇଥିଲା।

ରିପୋର୍ଟ:ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.