ବିଏସଏଫ ଯବାନଙ୍କ ଦ୍ଵାରା ୫ ଲ୍ୟାଣ୍ଡମାଇନ ଉଦ୍ଧାର ।

0 63

ମାଲକାନଗିରି,୧୦/୧୦(ପିପିଟି):ଆଜି ବିଏସଏଫ ଯବାନମାନେ କମ୍ବିଂ ଅପରେସନର କରିବାକୁ ଯାଇ ଥିବା ବେଳେ ପୂର୍ବରୁ ପୋତା ଯାଇଥିବା ୫ ଗୋଟି ଲ୍ୟାଣ୍ଡମାଇନକୁ ପଡିଆ ବ୍ଲକର କମାରଗୁଡା ଜଙ୍ଗଲ ରୁ ସତର୍କତା ଅବଲମ୍ବନ କରି ଉଦ୍ଧାର କରାଯାଇଛି । ଫଳରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଯବାନମାନେ ନକ୍ସଲମାନଙ୍କ ଦ୍ବାରା ଭୂମିଗତ କରାଯାଇଥିବା ବୋମା ବିସ୍ଫୋରଣ ପୂର୍ବରୁ ବର୍ତ୍ତି ଯାଇଛନ୍ତି। ମାଲକାନଗିରି ଜିଲ୍ଲା ପଡ଼ିଆ ଥାନା ଅନ୍ତର୍ଗତ ମାଟେରୁ ପଞ୍ଚାୟତର କମାରଗୁଡ଼ା ଜଙ୍ଗଲରେ ବିଏସ୍‌ଏଫ୍‌ର ଯବାନମାନେ ସୁରକ୍ଷିତ ରହି ଘଟଣାସ୍ଥଳରୁ ୫ଟି ଲାଣ୍ଡମାଇନ୍‌ ଉଦ୍ଧାର କରିଛନ୍ତି।

ସୂଚନାରୁ ପ୍ରକାଶ ଯେ,ନକ୍ସଲ ଦମନ ଅଭିଯାନ ପାଇଁ ୧୪୨ ବାଟାଲିୟନର ବିଏସ୍‌ଏଫ୍‌ର ଯବାନମାନେ ମଙ୍ଗଳ ବାର ଦିନ ସକାଳୁ ବାହାରିଥିଲେ। ସେମାନେ ପଡ଼ିଆ ବ୍ଲକ ଅନ୍ତର୍ଗତ ମାଟେରୁ ପଞ୍ଚାୟତର କମାରଗୁଡ଼ା ଜଙ୍ଗଲରେ କମ୍ବିଂ ଅପରେସନ କରୁଥିଲେ। କୁମ୍ବିଂ ସମୟରେ ବିଏସଏଫ ଯବାନମାନେ ମେଟାଲ ଡିଟେକ୍ଟର ସାହାଯ୍ୟରେ ଜଙ୍ଗଲରେ ଲୁଚାଇ ରଖା ଯାଇଥିବା ୫ଟି ଲାଣ୍ଡମାଇନ୍‌ ର ଅନୁସନ୍ଧାନ କରିବାରେ ସକ୍ଷମ ହୋଇଥିଲେ। ଏହା ପରେ ସେମାନେ ବୋମା ନିଷ୍କ୍ରିୟକାରୀ ଯବାନମାନେଙ୍କୁ ସୂଚନା ଦେଇଥିଲେ। ଯବାନଙ୍କ ଠାରୁ ସୂଚନା ପାଇଁ ବୋମା ନିଷ୍କ୍ରିୟକାରୀ ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ୫ଟି ବୋମା ଉଦ୍ଧାର କରାଯାଇଥିବା ସହ ସେଗୁଡିକୁ ନିଷ୍କ୍ରିୟ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.