ଭଞ୍ଜନଗର, ୧୦/୧୦(ପିପିଟି):ଭଞ୍ଜନଗର ସ୍ଥିତ କବି ସମ୍ରାଟ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଠାରେ ଯକ୍ଷ୍ମାରୋଗର ନିରାକରଣ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଦ୍ୱାରା ଏଚଆଇଭି ଏଡସ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କଲେଜ ଅଧ୍ୟକ୍ଷ ଡ଼. ଦିଲୀପ କୁମାର ଖୁଣ୍ଟିଆ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଟିବି ସୁପରଭାଇଜର ବେଦ ବ୍ରତ ପରିଡ଼ା ଓ ଏଚଆଇଭି କାଉନସେଲର ଶ୍ୟାମ ସୁନ୍ଦର ପୃଷ୍ଟି ଯୋଗ ଦେଇ ବର୍ତ୍ତମାନ ସମୟରେ ଯକ୍ଷ୍ମା ଓ ଏଚଆଇଭି ଭଳି ରୋଗ ଚିନ୍ତାର କାରଣ ସାଜିଛି। ବହୁ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି।ତେଣୁ ସଚେତନତା ହିଁ ଏହାର ମୂଳମନ୍ତ୍ର। କିଭଳି ଏହି ଦୁଇ ମାରାତ୍ମକ ରୋଗକୁ ନିୟନ୍ତ୍ରଣ କରି ଏହାର ସଂଖ୍ୟା ହ୍ରାସ କରାଯାଇ ପାରିବ ସେସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।ଏଥିରେ କଲେଜର ସହକାରୀ ପ୍ରଫେସର ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।
(ରିପୋର୍ଟ୍ -ଜେ.କେ ପଟ୍ଟନାୟକ)