ବାହାଡ଼ା ପଦର ଗ୍ରାମରୁ ୧୦ଫୁଟ ଲମ୍ବ ଅହିରାଜ ଉଦ୍ଧାର ।

0 352

ଭଞ୍ଜନଗର, ୨୩/୦୮(ପିପିଟି):ବର୍ତ୍ତମାନ ବର୍ଷା ଦିନ ହୋଇଥିବାରୁ ଚାରିଆଡ଼େ ସାପଙ୍କ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ଭଞ୍ଜନଗର ବ୍ଳକ ବାହାଡ଼ାପଦର ଗ୍ରାମରୁ ଆଜି ଏକ ୧୦ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର ହୋଇଛି।ଏହି ଗ୍ରାମର ସନାତନ ସାହୁଙ୍କ ଘର ଛାତ ଉପରେ ଏହି ବିଷଧର ସାପ ରହିଥିବା ପରିବାର ଲୋକେ ପ୍ରଥମେ ଦେଖି ଭୟଭୀତ ହୋଇ ଯାଇଥିଲେ। ଏହା ପରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର ସ୍ନେକ୍ ରେସ୍କ୍ୟୁ ଟିମ୍ ର ସଦସ୍ୟ ସଞ୍ଜୟ କୁମାର ସ୍ବାଇଁ, ଭୀକାରି ବିଷୋୟୀ,କେଦାର ମଲ୍ଲିକ,ପ୍ରମୋଦ ବିଷୋୟୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଉଦ୍ଧାର ସାପଟିର ଲମ୍ବ ପ୍ରାୟ ୧୦ ଫୁଟ ହେବ ବୋଲି ଜଣାପଡ଼ିଛି।ରେସ୍କ୍ୟୁ ଟିମ୍ ସାପଟିକୁ ନିକଟସ୍ଥ ଡାଙ୍ଗୁଆପଲ୍ଲୀ ସଂରକ୍ଷିତ ଜଙ୍ଗଲରେ ନେଇ ଛାଡିଥିବା ବନ କର୍ମଚାରୀ ପ୍ରକାଶ କରିଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.