ବାସହୀନ ମାନଙ୍କୁ ପାଟପୁର ଥାନା ପୋଲିସ ପକ୍ଷରୁ ରନ୍ଧା ଖାଦ୍ୟ ପ୍ରଦାନ ।

0 120

ଦିଗପହଣ୍ଡି,(ପିପିଟି ନ୍ଯୁଜ୍)୧୬/୦୪-ପାଟପୁର ଥାନା ଅଞ୍ଚଳରେ ଗୁରୁବାର  ବାସହୀନ ଦରିଦ୍ର ବ୍ୟକ୍ତି ବିଶେଷ ମାନଙ୍କୁ ରନ୍ଧା ଖାଦ୍ୟ ଭାତ ଡାଲମା ଆମ୍ବ ଖଟା ପ୍ରଦାନ କରାଯାଇଛି। ଲକ ଡାଉନ ସମୟରେ ବାସହୀନ ଦରିଦ୍ର ଭିକ୍ଷୁକ ମାନଙ୍କୁ ଖାଦ୍ୟାଭାବର ଶୀକାର ହେବାକୁ ପଡିଛି। ପାଟପୁର ଥାନା ପୋଲିସ ପ୍ରଶାସନ ଏବଂ ଆମ ପୋଲିସ ସମିତି ପକ୍ଷରୁ ସେମାନଙ୍କ ପାଇଁ ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଗଣ ମାଧ୍ୟମ ପ୍ରତିନିଧି ଏବଂ ଜନ ପ୍ରତିନିଧି ମାନଙ୍କ ଉପସ୍ଥିତିରେ ରନ୍ଧା ଖାଦ୍ୟ ଥାନା  ଗାଡ଼ିରେ ବୁଲି ବୁଲି ରାସ୍ତା ରେ ବୁଲୁଥିବା ଭିକ୍ଷୁକ ବାସହୀନ ମାନଙ୍କୁ ଯୋଗାଇ ଦିଆଯାଇଥିଲା। ଭାରପ୍ରାପ୍ତ ଥାନାଧିକାରୀ ପାଟପୁର ଅଜୟ କୁମାର ବାରିକଙ୍କ ଧର୍ମ ପତ୍ନୀ ସସ୍ମିତା ରାଣୀ ଗଜେନ୍ଦ୍ର ଏବଂ ହୋମଗାର୍ଡ ଜଗନ୍ନାଥ ପାଣିଗ୍ରାହୀ ନିଜେ ରୋଷେଇ କରି ଏହି ରନ୍ଧା ଖାଦ୍ୟ ବୁଲି ବୁଲି ଯାଇ ପରିବେଷଣ କରିଥିଲେ।

Leave A Reply

Your email address will not be published.