ପୋଲସରା ,୨୦/୧୨ (ପିପିଟି):ପୋଲସରା ସ୍ଥିତ ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ -୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅମୀୟ ପ୍ରସାଦ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ତିନି ଦିବସୀୟ କ୍ରୀଡା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସ୍ୱରୂପ କୁମାର ପାତ୍ର ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ କରି ଶୁଭାରମ୍ଭ କରିଥିବା ବେଳେ ସମ୍ମାନୀତ ଅତିଥିଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବବିତା ପଣ୍ଡା ଯୋଗଦେଇ ସହଯୋଗ କରିଥିଲେ। ଏହି କ୍ରୀଡା ଶିକ୍ଷକ ରାଜଦୀପ ଡାଳୁଆଙ୍କ ପରିଚାଳନା ଏଵଂ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଉପସ୍ଥିତିରେ ବିଦ୍ୟାଳୟର ଛାତ୍ରୀ ଅପର୍ଣା ଦୀକ୍ଷିତଙ୍କ ସମେତ ଜୁନିୟର,ରେଡକ୍ରସ ବାଳିକାମାନେ କ୍ରୀଡା ମଶାଲକୁ ନେଇ ସହର ପରିକ୍ରମା କରିଥିଲେ। ପରେ କ୍ରୀଡା ପ୍ରତିଯୋଗୀମାନଙ୍କୁ ଶପଥ ପାଠ କରାଯାଇଥିଲା। ପରେ ବରିଷ୍ଠ ଓ କନିଷ୍ଠ ବର୍ଗରେ ଷଷ୍ଠ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍ ୩୫୦ ଜଣ ଛାତ୍ରୀମାନେ ଦୌଡ଼,ଦୌଡ଼ିଡିଆଁ,ଅଖାଡିଆଁ, ମ୍ୟୁଜୀକ ଚେୟାର, ରଶିଟଣା ଇତ୍ୟାଦି ପ୍ରତିଯୋଗିତା ଗୁଡିକରେ ଅ°ଶ ଗ୍ରହଣ କରିଥିଲେ। ପରେ ଆଗାମୀ ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଭାଗ ନେବାପାଇଁ ପ୍ରଥମ, ଦ୍ୱିତୀୟ,ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ଚୟନ କରାଯାଇଥିଲା। କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା