ବାଲିଶିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସହକାରୀ ଗୋଷ୍ଠୀ ଶିକ୍ଷଧିକାରୀଙ୍କ ଦ୍ୱାରା ୨୦୨୫ର ପାଞ୍ଚ ଦିବସୀୟ ନୂତନ ପାଠ୍ୟ ପୁସ୍ତକ ସମ୍ୱନ୍ଧୀୟ ପ୍ରଶିକ୍ଷଣ ଉଦଯାପିତ ।

0 201

ବେଲଗୁଣ୍ଠା,୦୩/୦୨(ପିପିଟି ):ଗାଙ୍ଗପୁର  ଥାନା ଅନ୍ତର୍ଗତ ବାଲିଶିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସହକାରୀ ଗୋଷ୍ଠୀ ଶିକ୍ଷଧିକାରୀ ବିଭୂନନ୍ଦନ ପଣ୍ଡା ଓ ଭଞ୍ଜ ବେହେରାଙ୍କ କରକମଳରେ ଓଡିଶା ରୂପ ରେଖ 2025ର ପାଞ୍ଚ ଦିବସୀୟ ନୂତନ ପାଠ୍ୟ ପୁସ୍ତକ ସମ୍ୱନ୍ଧୀୟ ପ୍ରଶିକ୍ଷଣ ଉଦଯାପିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମ ରେ ବିଇଓ ମୁନିରାଣୀ ଙ୍କ ତତ୍ୱାବଧାନ ରେ ଆସିକା ର ଦୁଇଟି ସ୍ଥାନ ନୂଆଗାଁ ଓ ବାଲିଶିରା ଠାରେ ଦ୍ୱିତୀୟ ତାଲିମ କାର୍ଯ୍ୟକ୍ରମ ରେ ପ୍ରଶିକ୍ଷଣ ଶୁଭେନ୍ଦୁ ଶେଖର ଜେନା, ରଞ୍ଜିତା ପାତ୍ର, ମନୋଜ କୁମାର ତ୍ରିପାଠୀ,ଶିବ ଶଙ୍କର ସ୍ୱାଇଁ ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ!ଆଗାମୀ ୨୦୨୬-୨୭ଶିକ୍ଷା ବର୍ଷ ରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀର 55ଟି ପୁସ୍ତକ ପରିବର୍ତନ ହେଇଛି!ପୂର୍ବରୁ ଛଅ ପ୍ରକାର ବିଷୟ ଉପରେ ପାଠ ପଢ଼ା ହେଉଥିଲା। ବର୍ତ୍ତମାନ ନଅ ପ୍ରକାର ବିଷୟ ଉପରେ ପାଠ ପଢ଼ା ହେବାକୁ ଯାଉଛି!ଏହି ପାଞ୍ଚ ଦିନ ମଧ୍ୟରେ ପଞ୍ଚପଦି ଅର୍ଥାତ ଅଧିତି, ବୋଧ, ଅଭ୍ୟାସ, ପ୍ରୟୋଗ, ପ୍ରସାର ଏବଂ ପଞ୍ଚକୋଷ ଅର୍ଥାତ ଅର୍ଣ୍ଣ, ପ୍ରାଣ, ମନ, ବିଜ୍ଞାନ, ଆନନ୍ଦ ଉପରେ ଶିକ୍ଷା ଦାନର କୌଶଳ ତାଲିମରେ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଦିଆଯାଇଛି!ଏଥି ସହିତ ଜାତୀୟ ଶିକ୍ଷାନୀତି 2020,ଭାରତୀୟ ଜ୍ଞାନ ପରମ୍ପରା, ବିଷୟ ଭିତିକ ଭାଷା ର ପାଠ ପଢ଼ାଇବା ଶୈଳୀ, ବୃତ୍ତିଗତ, ଶାରୀରିକ ଶିକ୍ଷା ଓ ସ୍ୱଛତା ଉପରେ ମଧ୍ୟ ଶିକ୍ଷା ଦାନ ଦିଆଯାଇଥିଲା!ତାଲିମ ର ଶେଷ ଦିନରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ପହଂଚି ବିଦ୍ୟାଳୟକୁ ଶିକ୍ଷକ କୈନ୍ଦ୍ରୀୟ ଶିକ୍ଷାଦାନ ପଦ୍ଧତି କୁ ବାଦଦେଇ ଶିଶୁ କେନ୍ଦ୍ରୀୟ ଶିକ୍ଷା ଦାନ ପଦ୍ଧତି ର ସୁବିନିଯୋଗ କରିବାକୁ ଉପସ୍ଥିତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ!ଏହି ତାଲିମ ରେ ପ୍ରତେକ ବିଦ୍ୟାଳୟ ରୁ ସବୁ ଶିକ୍ଷକ ତାଲିମ ନେବେ ତେଣୁ ୧୩୭ଟି ବିଦ୍ୟାଳୟ ରୁ ତିନୋଟି ସ୍ତରରେ ପ୍ରାୟ ୧୫୦ଜଣ ଶିକ୍ଷକ ଶିକ୍ଷୟତ୍ରୀ ତାଲିମ ନେଲେଣି ଆଉ ବଳକା ଶିକ୍ଷକଙ୍କ ତାଲିମ ପୁଣି ଆସନ୍ତା କାଲି ଠାରୁ ଆରମ୍ଭ ହେବ ଆଉ ଦୁଇଟି ସ୍ତରରେ ପ୍ରାୟ ସବୁସ୍କୁଲରୁ ସବୁ ଶିକ୍ଷକ ତାଲିମ ନେବେ ବୋଲି ଅଫିସ ସୂତ୍ରରୁ ଜଣା ପଡିଛି!ଏହା ଓଡ଼ିଶାରେ ସବୁ ରାଜ୍ୟ ଠାରୁ ଆଗରୁ ଅନୁଷ୍ଠିତ ହେଉଥିବାରୁ ବୁଦ୍ଧିଜୀବୀ ମାନେ ବହୁତ ଖୁସି ଅଛନ୍ତି ଯେହେତୁ ଏହି ନୂତନ ଶିକ୍ଷାନୀତି ୨୦୨୫ ବୈପ୍ଲବିକ ପରିବର୍ତନ ଆଣିବ ଆଉ କେହି ଶିକ୍ଷାର୍ଥୀ ଚାକିରୀ ନ ମିଳିଳେବି ନିଶ୍ଚୟ ରୋଜଗାର ପନ୍ଥା ନିଜେ ନିଜର କର୍ମାନୁଭୂତି ଶିକ୍ଷାରୁ ନିଜେ ନିଜେ କାହା ଉପରେ ଆତ୍ମନିର୍ଭର ନ କରି ବଂଚିବା ପାଇଁ ରୋଜଗାର କରି ପରିବାର ପୋଷଣ କରିବା ଉଦେଶ୍ୟରେ ଏହି ଶିକ୍ଷା ନୀତି ଲାଗୁ କରାଯାଇଛି।

ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.