ପୋଲସରା,୨୭/୧୦(ପିପିଟି): ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ମେଳା ଅକ୍ଟୋବର ୨୫ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏସଏମସି ସଭାପତି ସଞ୍ଜୟ କୁମାର ବିଷୋୟୀ ଅଧ୍ୟକ୍ଷତା କରିଥବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଶର୍ମିଳା ରାଣୀ ଦାସଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ବିକ୍ରମ କୁମାର ବେହେରା, ସୁଦାମ ବେହେରା, ପ୍ରଶାନ୍ତ କୁମାର ସାହୁ, ରାଜେନ୍ଦ୍ର କୁମାର ପାତ୍ର, କାଳିଆ ପାଣିଗ୍ରାହୀ, ବନସ୍ମିତା ସାହୁ, ସୁଚିଶ୍ମିତା ସିଂ, ତେଜସ୍ୱିନୀ ଦାସ, କନକୀ ପ୍ରଧାନ ଓ ଏଲିନା ସିଂ ଯୋଗଦେଇ ଛାତ୍ରଛାତ୍ରୀ ବୃନ୍ଦଙ୍କୁ ଉତ୍ତମ ନାଗରିକ ହେବାକୁ ପରାମର୍ଶ ଦେବାସହ ପୋଷାକ ବିତରଣ କରିଥିଲେ।
ରିପୋର୍ଟ୍ -ସନ୍ତୋଷ କୁମାର ପଣ୍ଡା