ପୋଲସରା,୨୩/୦୨(ପିପିଟି) : ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ଗ୍ରାମରେ ୨୩ତାରିଖ ଦିନ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ବିଭାଗର ଅଧିକାରୀ ବୃନ୍ଦ ଯୋଗଦେଇଥିଲେ। ମୋଟ ୩୫ଟି ଅଭିଯୋଗ ପଞ୍ଜିକରଣ ହୋଇଥିବା ବେଳେ ସେଥି ମଧ୍ୟରୁ ଘର ପଟ୍ଟା ବଣ୍ଟନ କରାଯାକ ୧୪ ଟି ଅଭିଯୋଗର ତତ୍କାଳ ସମାଧାନ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ପର୍ଶୁରାମ ପ୍ରଧାନ, ସମିତି ସଭ୍ଯ ବିଘ୍ନେଶ୍ୱର ବେହେରା, ଏବିଡିଓ ସୋନମ୍ ବେହେରା, ସିଡ଼ିପିଓ ତିଳୋତ୍ତମା ରାଉତ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ଜନଶୁଣାଣୀ ଅଧିକାରୀଣୀ ଲିପ୍ସା ରାଣୀ ଭଞ୍ଜ କାର୍ଯ୍ୟକ୍ରମକୁ ପରିଚଳନା କରିଥିବା ବେଳେ ପଞ୍ଚାୟତ ପିଇଓ, ଏଡିଓ, ଅଙ୍ଗନବାଡ଼ି କର୍ମୀ, ସିଆରପି, ଏମବିକେ ଓ ବ୍ଳକ କର୍ମଚାରୀ ସହଯୋଗ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା