ବାଲିଗୁଡା ରେ ଗ୍ୟାସ୍‌ ସମସ୍ୟା: ଅଧିକାଂଶ ଫାଷ୍ଟଫୁଡ୍‌-ହୋଟେଲ, ଚା ‘ ଦୋକାନ ବନ୍ଦ, ଖାଉଟି ଅସନ୍ତୁଷ୍ଟ ।

0 71

ବାଲିଗୁଡା, ୨୦/୦୩  (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ କିଛିଦିନ ହେବ ଜାଳେଣି ଗ୍ୟାସ ସମସ୍ୟା ଦେଖାଦେଇଛି । ଲୋକଙ୍କୁ ମିଳୁନି ଗ୍ୟାସ୍‌। ଫଳରେ ଖାଉଟି ତଥା ଗ୍ୟାସ୍‌ ଉପଭୋକ୍ତାଙ୍କ ମଧ୍ୟରେ ଘୋର ଅସନ୍ତୋଷ ବୃଦ୍ଧି ପାଉଥିବା ଜଣାପଡ଼ିଛି। ଏଥିସହ ଗ୍ୟାସ କଳାବଜାର ହେଉଥିବା ମଧ୍ୟ ଅଭିଯୋଗ ହୋଇଛି। ଗୋଟେ ସିଲିଣ୍ଡରକୁ ୧୭ ଶହ ଟଙ୍କାରୁ ୨ ହଜାର ଟଙ୍କାରେ କିଣୁଛନ୍ତି ଲୋକେ। ଅନ୍ୟପଟେ ଏହି ଜାଳେଣି ଗ୍ୟାସ ମିଳୁ ନ ଥବା ଯୋଗୁଁ ସହରର ଅଧାରୁ ଅଧିକ ଫାଷ୍ଟଫୁଡ୍‌ ଦୋକାନ ଓ ହୋଟେଲ, ଚା ‘ ଦୋକାନ ଆଦି ବନ୍ଦ ରହୁଥିବା ଦେଖିବାକୁ ମିଳିଛି। ଜଣେ ହିତାଧିକାରୀଙ୍କୁ ଗୋଟେ ଖାତା ପିଛା ୨୫ ଦିନ ବ୍ୟବଧାନରେ ଗୋଟିଏ ମାତ୍ର ସିଲିଣ୍ଡର ମିଳବ ବୋଲି ସରକାର ଘୋଷଣା କରିଥିବାରୁ ଖାଉଟି ମହଲରେ ଭାଳେଣି ପଡ଼ିଲାଣି । ଏଥି ପ୍ରତି ଯୋଗାଣ ବିଭାଗ ଦୃଷ୍ଟି ଦେବାକୁ ଦାବୀ ହୋଇଛି ।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Leave A Reply

Your email address will not be published.