ବାଲିଗୁଡାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।

0 43

ବାଲିଗୁଡା,୨୫୵୦୯(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷଠାରେ କନ୍ଧମାଳ ଜିଲ୍ଲା ପ୍ରଶାସନ ଦ୍ବାରା ଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ସୋମବାର ଆୟୋଜିତ ହୋଇଥିଲା । ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ଭତ୍ତା, ଆବସ ଯୋଜନା, ଖାଦ୍ୟ ସୁରକ୍ଷା କାର୍ଡ, ପାନୀୟ ଜଳ ଏବଂ ରାସ୍ତା ଇତ୍ୟାଦିର ସମୁଦାୟ ୪୫ ଗୋଟି ଅଭିଯୋଗର ଶୁଣାଣି କରିଥିଲେ, ସେଥି ମଧ୍ୟରୁ ୩ ଗୋଟି ଅଭିଯୋଗ ଶିବିର ଠାରେ ସମାଧାନ ହୋଇଥ‌ିବା ବେଳେ ଜଣେ ହିତାଧିକାରୀଙ୍କୁ ଭତ୍ତା କାର୍ଡ ପ୍ରଦାନ କରାଯାଇଥିଲା । ଏହି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ବାଲିଗୁଡା ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ୟସ ପ୍ରତାପ ଶ୍ରମଲ, ଆଇ.ଟି.ଡ଼ି.ଏ.ର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରାଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Leave A Reply

Your email address will not be published.