ବାଲିଆପାଳ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ।

0 209

ବାଲିଆପାଳ,୨୩/୧୨:ଆଜି ବାଲିଆପାଳ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳଙ୍କୁ ସାକ୍ଷାତ କରି ନିଜର ସମସ୍ୟା କଥା ଜଣାଇବା ପାଇଁ ଜନସାଧାରଣ ଆଜି ଅଭିଯୋଗ ଶିବିରକୁ ଆସିଥିଲେ। ତେବେ ବ୍ଲକ କାର୍ଯ୍ଯାଳୟରୁ ମିଳିଥିବା ସୂଚନାରୁ ଜଣାପଡିଛି ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀକୁ ବିଭିନ୍ନ ସମସ୍ୟା ନେଇ ୧୬୮ଟି ଅଭିଯୋଗ ଆସିଥିଲା।ଆଜି ଆସିଥିବା ଅଭିଯୋଗ ମଧ୍ଯରେ ମନରେଗା ଯୋଜନାରେ କାର୍ଯ୍ୟ କରି ମଜୁରି ପାଇନଥିବା ଅଭିଯୋଗ ସର୍ବାଧିକ ଥିବା ବେଳେ ବାର୍ଦ୍ଧକ୍ୟ ଭତ୍ତା ଏବଂ ବାଲିଆପାଳ ତହସିଲ ଅଧିନରେ ଜବରଦଖଲ ଉଚ୍ଛେଦ ପାଇଁ ବିଷ୍ଣୁପୁର ଏବଂ ମଧୁପୁରା ପଞ୍ଚାୟତରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ନୂତନ ରେଶନ କାର୍ଡ ପାଇଁ ବହୁ ଦରଖାସ୍ତ ଆସିଥିଲା। ତେବେ କୌଣସି ଗୋଟିଏର ମଧ୍ୟ ତ୍ୱରିତ ସମାଧାନ ହୋଇନଥିବା ଦେଖିବାକୁ ମିଳିଥିଲା। ତେବେ ଆଜିର ଏହି ଅଭିଯୋଗ ଶୁଣାଣିରେ ଅଭିଯୋଗକାରୀଙ୍କ ଠାରୁ ଅଧିକାରୀ ଅଧିକ ପରିଲକ୍ଷିତ ହୋଇଥିଲା।ଆଜିର ଏହି ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ସମେତ, ଏସପି ରାଜ ପ୍ରସାଦ,ଉପ ଜିଲ୍ଲାପାଳ ପ୍ରଥମେଶ ରାଜଶିର୍କେ ଜିଲ୍ଲାପ୍ରକଳ୍ପ ନିର୍ଦେଶକ ବିଶ୍ବରଞ୍ଜନ ନାୟକ,ଏଡିଏମଓ ଡା. ସଞ୍ଜିବ ପ୍ରଧାନ, ବିଡିଓ ପୂନମ ରାଉତ, ତହସିଲଦାର ସାଇଶ୍ରୀ ଲୋକନାଥ ସେଠୀ,ଅତିରିକ୍ତ ତହସିଲଦାର ସୁବ୍ରତ କୁମାର ପାତ୍ରଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।ତେବେ ବ୍ଲକ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଜନଶୁଣାଣୀ ପାଇଁ ବ୍ଯାପକ ପ୍ରଚାର ପ୍ରସାର କରାନଯିବା ଯୋଗୁଁ କମ ସଂଖ୍ୟକ ଅଭିଯୋଗ ଆସିଥିବା ସାଧାରଣରେ ଆଲୋଚନା ହଉଥିବା ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.