ବାର୍ଷିକ ଉତ୍ସବ ଓ ଆମ ପୋଲିସ କାର୍ଯ୍ୟକ୍ରମ।

0 270

ବୋଲଗଡ଼,୨୦/୦୨(ପିପିଟି):ବୋଲଗଡ଼ ଥାନା ପରିସରରେ ପୋଲିସ ଅଧିକାରୀ ଓ କର୍ମଚାରୀ ମାନଙ୍କ ସମେତ ସାଧାରଣଙ୍କ ପକ୍ଷରୁ ଶ୍ରୀ ତ୍ରିନାଥଦେବ ଠାକୁରଙ୍କ ବାର୍ଷିକ ଉତ୍ସବ ପର୍ବ ମଙ୍ଗଳବାର ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି।ତେବେ ଅନୁରୂପ ଭାବେ ବାର୍ଷିକ ଉତ୍ସବ ଅବସରରେ ଅଂଚଳର ବରିଷ୍ଠ ନାଗରିକ ମାନଙ୍କ ଅତିବ ଉତ୍ସ।ହ କ୍ରମେ “ଆମ ପୋଲିସ” କାର୍ଯ୍ୟକ୍ରମ ସମାପନ ହୋଇଅଛି।ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଗୋପୀନାଥ ଖାଡଙ୍ଗାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଥାନା ଅଧିକାରିଣୀ ସ୍ନିଗ୍ଧାମୟୀ ବରାଳ ଯୋଗ ଦେଇ ପୋଲିସ ଓ ଜନ ସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ନିହାତି ଅପରିହାର୍ଯ୍ୟ । ତତ ସହିତ ଉଭୟଙ୍କ ମଧ୍ୟରେ ସମ୍ପର୍କ ଯେତେ ଘନିଷ୍ଠ ରହିବ ସମାଜରେ ଗୁଣ୍ଡା,ଗର୍ଦ୍ଦି,ମଦ୍ୟପ ଓ ଅସମାଜିକତା ଆଦିକୁ ଅନେକ ମାତ୍ରାରେ ରୋକାଯାଇ ପାରିବ ବୋଲି ଥାନା ଅଧିକାରିଣୀ ଶ୍ରୀମତୀ ବରାଳ କହିଥିଲେ।ସେହିପରି ସଂମ୍ମାନୀତ ଅତିଥି ଭାବେ ବରିଷ୍ଠ ନାଗରିକ ପ୍ରଭାତ ବାରିକ, ପଞ୍ଚୁ ଭାରିମଲ୍ଲ, ଦିବାକର ପରମଗୁରୁ,ପ୍ରଫୁଲ୍ଲ ମହାପାତ୍ର, ରାଧାଶ୍ୟାମ ରାୟଗୁରୁ ମହାପାତ୍ର, ଗୀତାଞ୍ଜଳୀ ମହାପାତ୍ର ପ୍ରମୁଖ ଯୋଗଦେଇ ପୋଲିସ ଓ ସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ରହିଲେ ଅସାମାଜିକତାରାଜ କ୍ରମଶ ବିଲୋପ ଘଟିପାରିବ ବୋଲି ମତ ରଖିଥିଲେ।ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନାଗରିକ ପ୍ରମୁଖ ମାନେ ଯୋଗଦେଇ ଥିଲେ। ଶେଷରେ ରଘୁନାଥ ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ପରେ ବାର୍ଷିକ ଉତ୍ସବ ପର୍ବରେ ପ୍ରସ୍ତୁତ ହୋଇଥିବା ଅନ୍ନ ପ୍ରସାଦ ବରିଷ୍ଠ ନାଗରିକ ମାନଙ୍କ ସମେତ ଅଂଚଳର ବ୍ୟକ୍ତି ପ୍ରମୁଖ ମାନେ ଶଙ୍ଖୁଡ଼ି ହୋଇଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.