ବାରାହା ଶିକାର ପାଇଁ ରାସ୍ତା ଉପରେ ବିଛାଯାଇଥିଲା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ,ଦୁଇ ଆହତ ।

0 219

ନାକଟିଦେଉଳ,୩୦/୧୦: ବାରାହା ଶିକାର ପାଇଁ ରାସ୍ତା ଉପରେ ବିଛା ଯାଇଥିଲା ବିଦ୍ୟୁତ ତାର । ତେବେ ରାତିରେ ବାଇକରେ ଆସୁଥିବା ବେଳେ ସେହି ବିଦ୍ୟୁତ ତାରରେ ଲାଗି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି । ମଙ୍ଗଳବାର ରାତିରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ବସାଲୋଇ ଗ୍ରାମରେ । ମୃତକ ଜଣଙ୍କ ହେଲେ ନେଭାରାପାଳ ଗ୍ରାମ ନିକଟ ବଡ଼ଝରଣ ଗ୍ରାମର ଭକ୍ତ ନାଏକ (୪୫) । ଆହତ ଦୁଇ ଜଣ ହେଲେ ସେହି ବଡଝରଣ ଗ୍ରାମର କିଶୋରୀ ଗଡ଼ନାୟକ ଏବଂ ବାସୁ ଗରିଆ । ପ୍ରାପ୍ତ ସୂଚନା ଅନୁସାରେ ବାରହା ଶିକାର ପାଇଁ ଅଞ୍ଚଳ ର କିଛି ବ୍ୟକ୍ତି ନେଭାରାପାଳ -ବସାଲୋଇ ରାସ୍ତା ମଝିରେ ତଳେ ବିଦ୍ୟୁତ ତାର ଟାଣି ଥିଲେ । ତେବେ ବଡଝରଣ ଗ୍ରାମର ଏହି ତିନି ଜଣ ବ୍ୟକ୍ତି ବାଇକରେ ମଙ୍ଗଳବାର ରାତି ପ୍ରାୟ ୮ ଟା ସମୟରେ ବସାଲୋଇ ଗ୍ରାମରେ ଥିବା ଧାନ ଜମିକୁ ଆସୁଥିବା ବେଳେ ଏହି ବିଦ୍ୟୁତ ତାରରେ ଲାଗି ଯାଇଥିଲେ । ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀ ଭକ୍ତ ନାଏକ ଙ୍କର ମୃତ୍ୟୁ ଘଟିଥିବା ବେଳେ ବାଇକରେ ବସିଥିବା ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ । ତେବେ ଆହତ ହୋଇଥିବା କିଶୋରୀ ଗଡ଼ନାୟକ ଏବଂ ବାସୁ ଗରିଆଙ୍କୁ ନାକଟିଦେଉଳ ଡାକ୍ତରଖାନାରେ ଭର୍ତ୍ତି କରାଯଇଥିବା ଜଣା ପଡିଛି । ଖବର ପାଇ ନାକଟିଦେଉଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ବୁଧୁବାର ସକାଳୁ ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ପଠାଇ ଏ ସମ୍ପର୍କ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.