ବାବା ଉଗ୍ରେଶ୍ୱର ଆଞ୍ଚଳିକ ଵୃଦ୍ଧାଶ୍ରମ ବୈଠକ ରେ ଯୋଗ ଦେଲେ ଆଇନଜୀବୀ ମନୋଜ କୁମାର ରଥ ।

0 239

ପୋଲସରା ,୧୪/୧୧(ପିପିଟି):ପୋଲସରା ବ୍ଲକ ଅନ୍ତଃଗତ ବୁଡେଇସୁଣୀ ଗ୍ରାମ ପଞ୍ଚାୟତ ଗୋଠଳୀ ଗ୍ରାମ ନିକଟସ୍ଥ ବାବା ଉଗ୍ରେଶ୍ୱର ମନ୍ଦିର ପ୍ରାଗଣଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ସେହି ବୈଠକ ରେ ବାବା ଉଗ୍ରେଶ୍ୱର ଆଞ୍ଚଳିକ ଵୃଦ୍ଧାଶ୍ରମ ନାମ ରେ ଏକ ଵୃଦ୍ଧାଶ୍ରମ ଖୋଲିବା ପାଇଁ ନିର୍ଣ୍ଣୟ ନିଆଯାଇଥିଲା ।

ବୈଠକ ରେ ଏକ କମିଟି ଗଠନ କରିବା ପାଇଁ ଏବଂ ଆଶ୍ରମ ପାଇଁ ଜମି ବିଷୟରେ ରେ ଆଲୋଚନା ହୋଇଥିଲା । ସେହି ଅଞ୍ଚଳ ର ଅବହେଳିତ ବୃଦ୍ଧ ଓ ବୃଦ୍ଧା, ଅନାଥ ମାନଙ୍କ ପାଇଁ କିପରି ଭାବରେ ସାହାରା ହୋଇପାରିବ ତାହା ଗୁରୁତ୍ୱ ପୂର୍ଣ୍ଣ ଆଲୋଚନା କରାଯାଇଥିଲା ।ଏହି ବୈଠକ ରେ ଆଇନଜୀବୀ ମନୋଜ କୁମାର ରଥ, ପୂର୍ବତମ ସରପଞ୍ଚ ମହେଶ୍ୱର ପରିଡା, ଶ୍ରୀକାନ୍ତ ପରିଡା, ବାବୁଲା,ପ୍ରଶାନ୍ତ କୁମାର ସାହୁ, ସାଧୁ ଚରଣ ପ୍ରଧାନ, ମୁନା ପ୍ରଧାନ, ସୂଚିତ୍ର ପ୍ରଧାନ, ଜଗନ୍ନାଥ ବେହେରା, ଦିତିକୃଷ୍ଣ ଗୌଡ଼,ଏବଂ ଯୁବଗୋଷ୍ଟି ବାବା ଉଗ୍ରେଶ୍ୱର ଆଞ୍ଚଳିକ ଵୃଦ୍ଧାଶ୍ରମ ବୈଠକ ରେ ଯୋଗ ଦେଇଥିଲେ ।

ରିପୋର୍ଟ୍ – ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.