ବାପା ମା ଙ୍କୁ ଖୋଜି ଗଣଧାରଣା ପହଞ୍ଚିଲେ ପିଲାମାନେ ।

0 316

ଭଞ୍ଜନଗର,୦୪/୦୩(ପିପିଟି):ଜଗନ୍ନାଥପ୍ରସାଦ ବ୍ଳକର ଆଦିବାସୀ ଗାଁ ତାଳଖମଣ, ମଣ୍ଡା ପଥର ଓ ଡାଙ୍ଗିଭୁଇଁ ଗାଁ କୁ ରାସ୍ତା, ବିଜୁଳି ଆଲୁଅ ଓ ପାନୀୟ ଜଳ ଦାବିରେ ଧାରଣା ୮ମ ଦିନରେ ପହଞ୍ଚିଛି। ବାପା, ମା, ଭାଇ ଓ ଭଉଣୀମାନେ ୮ ଦିନ ହେଲା ଗାଁ କୁ ରାସ୍ତା, ବିଜୁଳି ଆଲୁଅ ଓ ପାନୀୟ ଜଳ ଦାବିରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହରାତ୍ର ଧାରଣା ଦେଉଛନ୍ତି। ଏ ଦାବି ପୂରଣ ଦିଗରେ ଜିଲ୍ଲା ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିବା ବେଳେ ବାପା ମା ଙ୍କୁ ପାଖରେ ନପାଇ ପିଲାମାନେ ବଡ଼ ଭାଇ ଭଉଣୀଙ୍କ ପାଖରେ ଅଳି କରି ଭଞ୍ଜନଗର ବସଷ୍ଟାଣ୍ଡରେ ପହଞ୍ଚିଥିଲେ। ସେଠାରୁ ଶୋଭାଯାତ୍ରାରେ ଆସି ଧାରଣା ସ୍ଥଳରେ ଯୋଗଦେଇ ଆଶ୍ବସ୍ତ ହେବା ସହ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗୁହାରି କରିଥିଲେ। ଭବିଷ୍ୟତ ବିପନ୍ନ ହୋଇଥିବା ଦେଢ଼ ବର୍ଷରୁ ଆରମ୍ଭ କରି ୧୩ ବର୍ଷ ର ପିଲାମାନେ ଏଥିରେ ଅଂଶଗ୍ରହଣ କରିଥିଲ। ଭଞ୍ଜନଗର ବସଷ୍ଟାଣ୍ଡ ଠାରୁ ଶୋଭାଯାତ୍ରାରେ ଆସୁଥିବା ସମୟରେ ସାଧାରଣ ଜନତା ଏଭଳି ବିକାଶକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଭାଗ୍ୟ ଲତା ଜାନି, ତୁଳସି ଜାନି, ସୁଜାତା ଜାନି,ଅଜୁ ମଲ୍ଲିକଙ୍କ ନେତୃତ୍ବରେ ନାରାୟଣ ମଲ୍ଲିକ,ସିଦ୍ଧେଶ୍ଵର ଜାନି ଅଜିତ କୁମାର ଜାନି, ମନୋଜ ମଲ୍ଲିକ ସୋମେୟ ଜାନି,ଭଞ୍ଜ ମଲ୍ଲିକ, କମସନ ମଲ୍ଲି, ଦିପକ ମଲ୍ଲିକ,ଶୁକ୍ଳ ଜାନି,ସୁଷମା ମଲ୍ଲିକ,ସରସ୍ଵତି ମଲ୍ଲିକ,ଶୁଭଲକ୍ଷୀ ମଲ୍ଲିକ,ସୂଶ୍ରିକା ମଲ୍ଲିକ, ମମତା ମଲ୍ଲିକ ଏହା ପରିଚାଳନା ହେବ। କ୍ରାନ୍ତିକାରୀ ମହିଳା ନେତ୍ରୀ ପି ପାର୍ବତୀ ଏମାନଙ୍କୁ ସହଯୋଗ କରିବେ। ଆଦିବାସୀ ଭାରତ ମହାସଭା ଟୁନା ମଲ୍ଲିକ,ଓଡ଼ିଶା ମନରେଗା ଶ୍ରମିକ ୟୁନିଅନର ଯଶୋଦା ନାୟକ, ଶାନ୍ତି ନାୟକ ଓ ଏନ୍ ରାଜେଶ୍ବରୀ ଆସି ସଂହତି ଓ ସମର୍ଥନ ପ୍ରଦାନ କରିଛନ୍ତି।

Leave A Reply

Your email address will not be published.