ବାତ୍ୟା ଦାନା ପରେ ବନ୍ୟା ସ୍ଥିତି ଗମ୍ଭୀର ।

0 204

ବସୁଦେବପୁର,୨୮/୧୦: ବାତ୍ୟା ଦାନା ବହୁଡ଼ିବା ପରେ ବାସୁଦେବପୁର ବ୍ଲକରେ ବନ୍ୟା ସ୍ଥିତି ଦେଖା ଦେଇଛି। ଏକାଧିକ ନଈରେ ବନ୍ୟା ପାଣି ହଜାର ହଜାର ହେକ୍ଟର ଚାଷ ଜମିକୁ ଜଳମଗ୍ନ କରିଛି । ଚାଷକୁ ନେଇ ଚାଷୀର ଚିନ୍ତା ପଡିଛି। ବାତ୍ୟାର ଯାହା ନଷ୍ଟ ହେଲା ଏବେ ବନ୍ୟା ଚାଷୀର ଦାନା ଛଡାଇ ନେବ। ବନ୍ୟା ପାଣି ପଦ୍ମପୁର, ସୁଗୋ, ବରଣ୍ଡୁଆ, ସୁଦର୍ଶନପୁର, ନରସିଂହ ପୁର ପଞ୍ଚୟତ ସହ ପୌରପାଳିକା ଅଞ୍ଚଳର ଭୈରବପୁର,ବଳିବିନ୍ଧା, ଆଦି ଗାଁରେ ଚାଷଜମି ପାଣିରେ ବୁଡିଛି । ବାସୁଦେବପୁର ବ୍ଲକର ବରଣ୍ଡୁଆ ସୁଦର୍ଶନପୁର ରାସ୍ତାର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତାର ୨/୩ ଫୁଟ ଉଚ୍ଚତାରେ ପାଣିର ସୁଅ ପଡିଛି। କେତେକ ତଳିଆ ଅଂଚଳର ମାଟି ଘରକୁ ପାଣି ପଶିଛି। ତେବେ ବାସୁଦେବପୁର ବ୍ଲକର ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି ।

Leave A Reply

Your email address will not be published.