***ବାଣ***

0 34

ଦୀପାବଳୀ ପାଇଁ ବାଣ ବିକ୍ରି ଚାଲେ
ଟଙ୍କା ପଛ ପଟେ ନିଆଁ….
ଠୋ ଠା ବାଣ ବିସ୍ଫୋରଣ ହେଲେ
ଆନନ୍ଦେ ମାରନ୍ତି ଡ଼ିଆଁ…..!!
ବାଣ କାରିଗର ବାଣ ଭିଡୁ ଭିଡି
ଫୁଟି ଯାଏ ଯେବେ ବାଣ..
ଦେହ ଚର୍ମ ମାଂସ ପୋଡ଼ି ଶିଝି ଯାଏ
ଛାଡି ଯାଏନି ପରାଣ….!!
ଛଟ ପଟ ହୁଏ ଜୀବନ ବିକଳେ
ଜୀବନ ଜୀଇଁବା ପାଇଁ….
ଏମିତି ଭୁଲ୍ କରିବି ନି କେବେ
ରକ୍ଷା କର ଲକ୍ଷ୍ମୀ ସାଇଁ….!!
ବାଣ ବିସ୍ଫୋରଣ ଅଗ୍ନି ପଡି ଗୃହ
ଦହନ ହୁଅଇ କା’ର….
ନଡ଼ା ଛପରର ଚାଳ ଘରକୁ ହୋ
ବାଣ ନିଆଁ ଭାରି ଡର….!!
ନିଆଁ ଲାଗି ଘର ଦ୍ବାରା ଯାଏ ପୋଡ଼ି
ଘରର ସାଇତା ଧନ….
ପରମ୍ପରା ନାମେ ଛାଲିଛି ଦୀପାଳି
ଉତ୍ସବ ପାଳନ ପୁଣ…!!
ବାଣ ଫୁଟାଇବା ବେଳେ କାହା ବସ୍ତ୍ର
ଲାଗି ପୋଡି ଛାରଖାର….
ଡ଼ାକ୍ତରଖାନାରେ ଭର୍ତ୍ତି ହୋଇ କେହି
ବିକଳେ କରେ ଚିତ୍କାର….!!
ବାଣରୁ ନିର୍ଗତ ଯେତେ ଯେତେ ଧୂଆଁ
ଦୂଷିତ କରଇ ବାୟୁ…..
ସେ ବାୟୁ ଆଘ୍ରାଣେ ନାନା ରୋଗ ହୁଏ
ବିଘଟନ ହୁଏ ଆୟୁ…!!
ଦୀପରୁ ବାହାରେ ଧୂଆଁ ଯେତେ ଦେଖ
ମିଶଇ ବାୟୁ ମଣ୍ଡଳେ….
ଶ୍ବାସ କ୍ରିୟା ବାଧାପ୍ରାପ୍ତ ହୋଇ ଥାଏ
କାଶନ୍ତି ପିଲା ବ୍ଯାକୁଳେ….!!
ଶବ୍ଦ ପ୍ରଦୂଷଣ ହେଲେ ସାରା ରାତି
ହୃଦ ରୋଗୀ ଭୋଗେ କଷ୍ଟ….
କୋମଳ ଶିଶୁଙ୍କୁ ନିଦ ନ ଆସଇ
କାନ୍ଦି କାନ୍ଦି ପଡେ କଣ୍ଠ….!!
ଦୀପାବଳୀ ବାସି ପ୍ରଭାତେ ଦେଖିବ
କୁଢ କୁଢ ଆବର୍ଜନା….
ଗାଁ ଠୁ ସହର ସବୁଠି ଅଳିଆ
ଅ ସ୍ବଚ୍ଛ ଭାରତ ସିନା….!!
ଧୂଆଁ ରେ ଆଚ୍ଛନ୍ନ ଦୂର ଦିଗବଳୟ
ସୂର୍ଯ୍ୟ ରଶ୍ମୀ ଭେଦେ ନାହିଁ….
ଏମିତି ଉତ୍ସବେ କି ଆନନ୍ଦ ଅଛି
ପଣ୍ଡିତେ ବିଚାର ଏହି….!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭

Leave A Reply

Your email address will not be published.