ପୋଲସରା,୨୩/୧୧(ପିପିଟି):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରସ୍ଥିତ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ମହୁମାଛି ଆକ୍ରମଣରେ ବହୁ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଆଜି ବୁଗୁଡ଼ାସ୍ଥିତ ଶ୍ରୀ ସତ୍ୟସାଇ ବାବାଙ୍କ ଏକଶତ ବର୍ଷ ଜନ୍ମ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବହୁ ଶ୍ରଦ୍ଧାଳୁ ତଥା ଆଧ୍ୟାତ୍ମିକ ପ୍ରେମୀମାନେ ଯୋଗଦାନ କରିଥିଲେ । ପରିଶେଷରେ ପ୍ରସାଦ ସେବନ ର ବ୍ୟବସ୍ଥା ହୋଇଥିବା ବେଳେ ପ୍ରସାଦ ସେବନ ସାରି ସ୍ୱଗୃହକୁ ଫେରୁଥିବା ସମୟରେ ଦୈବାତ ବାଘୁଆ ମହୁମାଛିର ଆକ୍ରମଣର ଶିକାର ହୋଇ ବହୁ ବ୍ୟକ୍ତି ଆହତ ହୋଇ ପୋଷାକ ଖୋଲିକି ଧାଁ ଧଉଡ଼ କରିଥିଲେ । ପ୍ରକାଶ ଯେ ନାଲିଆ ରଙ୍ଗ ପିନ୍ଧିଥିବା ବ୍ୟକ୍ତିଙ୍କୁ ବହୁ ସଂଖ୍ୟାରେ ଗୋଡାଉଥିବା ଲକ୍ଷ୍ୟ କରାଯାଇଛି । କେତେକ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିବା ଜଣାପଡିଛି ।
ରିପୋର୍ଟ୍ -ସନ୍ତୋଷ କୁମାର ପଣ୍ଡାଙ୍କ