ବାଇପାସ ରୋଡ଼ରେ ଚୋରି ଘଟଣାରେ ଜଣେ ଗିରଫ ।

0 210

ଭଞ୍ଜନଗର, ୨୯/୧୨(ପିପିଟି ):ଭଞ୍ଜନଗର ବାଇପାସ ରୋଡରେ ଚୋରି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି।ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ ୩୯ ହଜାରରୁ ଅଧିକ ଟଙ୍କା ଲୁଟି ନେଇଥିଲେ। ସକାଳେ ଏନେଇ ଘର ଲୋକ ଜାଣିବା ପରେ ସନ୍ଦେହରେ ଦୁର୍ବୃତ୍ତଙ୍କୁ ଖୋଜିଥିଲେ। ଏହାପରେ ସଂପୃକ୍ତ ଅଞ୍ଚଳବାସୀ ଦୁର୍ବୃତ୍ତଙ୍କୁ ଠାବ କରି ନିସ୍ତୁକ ମାଡ ଦେବାପରେ ପୋଲିସରେ ଜିମା ଦେଇଥିଲେ। ପୋଲିସ ଘଟଣାର ତଦନ୍ତ କରି ଲୁଟ ଟଙ୍କା ଓ ଅଳଙ୍କାରକୁ ଉଦ୍ଧାର କରି ଅଭିଯୋଗକାରୀଙ୍କୁ ଫେରାଇଛନ୍ତି।
ସୂଚନା ଯୋଗ୍ୟ ଯେ, ଗିରିଧାରୀ ସ୍ବାଇଁଙ୍କ ମା’ ସବୁ ଦିନ ଭଳି ଆଜି ସକାଳ ପ୍ରାୟ ୩ ଟା ସମୟରେ ଉଠି ଫୁଲ ତୋଳିବାକୁ ଯାଇଥିଲେ। ତେଣୁ ସେ ବାରିପଟ କବାଟ ଖୋଲି ଫୁଲ ତୋଳିବାକୁ ଯାଇଥିଲେ।ଏହାର ସୁଯୋଗ ନେଇ ଦୁର୍ବୃତ୍ତ ଜଣଙ୍କ ଘର ଭିତରେ ପଶି ଏକ ବାକ୍ସ ଭିତରେ ଥିବା ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିଲେ। ଏହାର କିଛି ସମୟ ପରେ ଘର ଲୋକ ଉଠି ଦେଖିବା ବେଳକୁ ଘରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ।ଥାନାରେ ଚୋରି ସମ୍ପର୍କରେ ଅଭିଯୋଗ ପରେ ପୋଲିସ ତଦନ୍ତ କରି ଲୁଟ ଜିନିଷ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ଏହି ମାମଲାରେ ଭଞ୍ଜନଗର ଭେଜିପୁଟ ସୂର୍ଯ୍ୟ ମନ୍ଦିର ନିକଟରେ ରହୁଥିବା ରବୀନ୍ଦ୍ର ସ୍ୱାଇଁକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଥାନା ଅଧିକାରୀ ଜୀବନାନନ୍ଦ ଜେନା କହିଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.